ସ୍ବେଚ୍ଛାସେବୀ ସଙ୍ଗଠନ ବଦାନ୍ୟ ବନ୍ଧୁ ତରଫରୁ ସଚେତନ ନାଗରିକ ସମ୍ମାନ ପ୍ରଦାନ – ପଦ୍ମପୁର

ଓଡ଼ିଶା ତାଜା ନ୍ୟୁଜ (୧୮ ସେପ୍ଟେମ୍ବର ଶୁକ୍ରବାର) ପଦ୍ମପୁର :- ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ତାର ସପ୍ତମ ବର୍ଷ ପୁର୍ତ୍ତି ଅବସରରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନେକ ଗୁଡ଼ିଏ ଜନହିତକର କାର୍ଯ୍ୟ ହାତକୁ ନେଇଛି । ଏହି ଅବସରରେ ରାଜ୍ୟର କୋଣ ଅନୁକୋଣରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କିଛି ନିଃସ୍ଵାର୍ଥପର ଲୋକଙ୍କୁ ବଦାନ୍ୟ ବନ୍ଧୁ ତରଫରୁ ସମ୍ମାନିତ କରାଯାଉଛି । ଏହି କ୍ରମରେ ଆଜି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଯୋଖିପାଲି ଗ୍ରାମର ଦିବସ କୁମାର ସାହୁଙ୍କୁ ସଚେତନ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି । ଦିବସ ସାମାଜିକ ଗଣମାଧ୍ୟମର ସଦୁପଯୋଗ କରି ଲୋକଙ୍କ ପାଖରେ ମୌଳିକ ସୁବିଧା ପହଞ୍ଚିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଛି ।

ଲକଡାଉନ ସମୟରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକ ମାନଙ୍କୁ ନିଜ ନିଜ ଘରକୁ ପହଞ୍ଚାଇବା ପାଇଁ ଦିବସ ଦିନରାତି କଠିନ ପରିଶ୍ରମ କରିଥିଲେ । ଜଣେ ସଚେତନ ନାଗରିକର ଦାଇତ୍ୱ ସୁଚାରୁ ରୂପେ ତୁଲାଇ ଥିବା ଯୋଗୁଁ ଦିବସ କୁମାର ସାହୁଙ୍କୁ ସ୍ବେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁ ଏବଂ ବିଶ୍ବଖବର ପୋର୍ଟାଲ ନିଉଜ ପକ୍ଷରୁ ଯୋଖିପାଲି ଗ୍ରାମରେ ସ୍ମାରକୀ ଏବଂ ଉତ୍ତରିଅ ଦେଇ ସଚେତନ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି । ଏହି ଅବସରରେ ବଦାନ୍ୟ ବନ୍ଧୁର ମୁଖ୍ୟ ସୁବ୍ରତ କୁମାର ବିର୍ତ୍ତିଆଙ୍କ ସହିତ ବଦ୍ରି ପ୍ରସାଦ ସାହୁ ଉପସ୍ଥିତ ରହିଥିଲେ । (ରିପୋର୍ଟନିରୋଜ କୁମାର ପାଣୀ)

Exit mobile version