Home ଓଡ଼ିଶା ବ୍ଲକସ୍ତରୀୟ କନିଷ୍ଠ ରେଡ଼କ୍ରସ ପ୍ରଶିକ୍ଷଣ ତାଲିମ ଶିବିର ଉଦଘାଟିତ by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଖୋର୍ଦ୍ଧା ଜିଲ୍ଲାପlଳଙ୍କ ନିର୍ଦେଶକ୍ରମେ ଓ ଖୋର୍ଦ୍ଧାଜିଲ୍ଲା ରେଡକ୍ରସ ସମିତି ଆନୁକୂଲ୍ୟରେ ବୁଧବାର ଦିନ ଏକ ଦିବାସୀୟ ବ୍ଲକ ସ୍ତରୀୟ କନିଷ୍ଠ ରେଡକ୍ରସ କାଉନସିଲର ପ୍ରଶିକ୍ଷଣ ତାଲିମ ଶିବିର ବୋଲଗଡ଼ସ୍ଥିତ ସରକାରୀ ବାମନ ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ବୁଧବାରଦିନ ଅନୁଷ୍ଠିତ ହୋଇଯାଇଅଛି ! ଏହି ପ୍ରଶିକ୍ଷଣ ତାଲିମ ଶିବିରରେ ମୁଖ୍ୟ ଅତିଥିଭାବେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ, ମୁଖ୍ୟ ବକ୍ତାଭାବେ ସରକାରୀ ବାମନ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପୀତବାସ ଲେଙ୍କା ଓ ସଂମ୍ମାନିତ ଅତିଥିଭାବେ ଶିକ୍ଷକ ବୋଲଗଡ଼ ବ୍ଲକ ରେଡ଼କ୍ରସ ସଂଯୋଜକ ଦୀପକ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ ! ଏହି କାର୍ଯ୍ୟକ୍ରମରେ ବୋଲଗଡ଼ ଶିକ୍ଷା ବ୍ଲକ ଅନ୍ତର୍ଗତ ୨୮ଟି ସରକାରୀ ଉଚ୍ଚ ବିଦ୍ୟାଳୟ ଓ ୧୫ଟି ବେସରକାରୀ ଶିକ୍ଷା ଅନୁଷ୍ଠାନର ସମୁଦାୟ ୩୦ରୁ ଉର୍ଦ୍ଧ କନିଷ୍ଠ ରେଡ କ୍ରସ କାଉନସିଲରମାନେ ଯୋଗଦେଇ ସ୍ୱାସ୍ଥ୍ୟ, ସେବା,ବନ୍ଧୁତ୍ୱ, ଦୁର୍ଘଟଣା ଜନିତ ତଥା ଅଗ୍ନି ବିପନ୍ନ ବ୍ୟକ୍ତିମାନଙ୍କୁ ସୁରକ୍ଷା, ଅସହାୟଙ୍କୁ ସାହାଯ୍ୟ ଓ ଭୟାବହ ଏଡସ ରୋଗ ନିରାକରଣ ସଚେତନତା ସମ୍ପର୍କରେ ତାଲିମ ନେଇଥିଲେ ! Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ସ୍ଯାଣ୍ଡ ଆନିମେସନରେ ଶ୍ରଦ୍ଧାଞ୍ଜଳି by Proprietor Abhimanyu Maharana August 22, 2026 ଧାରଣାରେ ବସିଲେ ନିଖିଳ ଓଡ଼ିଶା ବିଦ୍ୟୁତ ମଜଦୂର ମହାସଂଘ by Proprietor Abhimanyu Maharana August 22, 2026 ଯୌତୁକ ଏକ ଭୟଙ୍କର ବ୍ୟାଧି, ସଚେତନତା ହିଁ ନିରାକରଣ ର ମାଧ୍ୟମ by Proprietor Abhimanyu Maharana August 22, 2026 ନୟାଗଡ଼ କଲେଜର ଶିକ୍ଷାଦାନ ନିର୍ଘଣ୍ଟ କାହା ସ୍ୱାର୍ଥରେ... by Proprietor Abhimanyu Maharana August 22, 2026 ନୂଆଗାଁ ପଞ୍ଚାୟତ ସମିତିର ୧୩ତମ ସାଧାରଣ ଅଧିବେଶନ : ଉନ୍ନୟନମୂଳକ କାର୍ଯ୍ୟ ତୁରନ୍ତ ସମାପନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ବିଧାୟକ ଙ୍କ ନିର୍ଦ୍ଦେଶ by Proprietor Abhimanyu Maharana August 22, 2026 ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଅଗଷ୍ଟ ମାସର ସାରସ୍ୱତ ଆସର ଅବସରରେ ଦେଶାତ୍ମବୋଧକ କବିତା ପାଠ by Proprietor Abhimanyu Maharana August 22, 2026