Home ଓଡ଼ିଶା ପୁରୀ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଆଜି ପୂର୍ବାହ୍ନରେ ଟାଉନ ହଲ ଠାରେ ପୁରୀ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଭିନ୍ନକ୍ଷମ ମାନେ ସମାଜର ଅଭିନ୍ନ ଅଙ୍ଗ।ସେମାନେ ସମାଜ ପାଇଁ ବୋଝ ନୁହନ୍ତି।ସେମାନଙ୍କ ଦକ୍ଷତା ଓ ପ୍ରତିଭା ର ଉନ୍ମେଷ ଘଟିଲେ ସେମାନେ ସମାଜ ପାଇଁ ସମ୍ବଳ ପାଲଟିବେ ବୋଲି କହିବା ସହ ସମାଜ ରେ ହଜାର ହଜାର ବିକଶିତ ଓ ସମୃଦ୍ଧ ଭିନ୍ନକ୍ଷମ ଙ୍କ ଉଦାହରଣ ଅନ୍ୟ ମାନଙ୍କୁ ଅନୁପ୍ରାଣିତ କରୁଛି ବୋଲି କହିଥିଲେ।ମୁଖ୍ୟ ବକ୍ତା ଭାବେ ଭିନ୍ନକ୍ଷମ ବ୍ୟକ୍ତିତ୍ବ ତଥା ସର୍ବଗିଳା ନାମରେ ପରିଚିତ ରତ୍ନାକର ବେହେରା ଭିନ୍ନ ପ୍ରକାର କ୍ଷମତା ସେମାନଙ୍କ ପାଖରେ ଅଛି ବୋଲି ସେମାନଙ୍କୁ ଭିନ୍ନକ୍ଷମ କୁହାଯାଏ।ଅନେକ ଭିନ୍ନକ୍ଷମ ସମାଜ ର ସକ୍ଷମ ଙ୍କ ଠାରୁ ମଧ୍ୟ ଅଧିକ ଦକ୍ଷ ବୋଲି କହିବା ସହ ସର୍ବାଙ୍ଗ ଠିକ ଥାଇ ମଧ୍ୟ ଜଣେ ଯଦି ଆଳସ୍ୟ ରହେ ତେବେ ସେ ହିଁ ଭିନ୍ନକ୍ଷମ ପଦବାଚ୍ଯ ବୋଲି କହିଥିଲେ । ଅନ୍ୟତମ ଭିନ୍ନକ୍ଷମ ଅତିଥି ଗଜଲକ୍ଷ୍ମୀ ରାୟ ବିଭିନ୍ନ କାର୍ଯ୍ୟାଳୟ ମାନଙ୍କ ରେ ଭିନ୍ନକ୍ଷମ ମାନଙ୍କ ପାଇଁ ରାମ୍ପ ଓ ଅନ୍ୟାନ୍ୟ ସୁବିଧା ପାଇଁ ଅନୁରୋଧ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ମଙ୍ଗଳ ଅଧିକାରୀ ମମତାରାଣୀ ପ୍ରଧାନ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନମିତା ଚାନ୍ଦ ସମସ୍ତଙ୍କୁ ସ୍ବାଗତ ସହ କାର୍ଯ୍ୟକ୍ରମ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ସମାଜସେବୀ ସିଦ୍ଧାର୍ଥ ରାୟ ମଞ୍ଚ ପରିଚାଳନା କରିଥିଲେ।ପାଞ୍ଚ ଜଣ ସ୍ବ ଊଦ୍ୟମରେ ପ୍ରତିଷ୍ଠିତ ଭିନ୍ନକ୍ଷମ ବ୍ୟକ୍ତି ସମାଜସେବୀ ସୁମନ୍ତ କୁମାର ମହାରଣା,କ୍ରୀଡାବିତ ରଶ୍ମିତା ଜେନା, ସୁନୀତା ମିଶ୍ର ଓ ପତ୍ରକାର ବିଜୟ କୁମାର ମିଶ୍ର ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ତେବେ ଅଧ୍ୟାପକ ବସନ୍ତ କୁମାର ସେଠୀ ଅନୁପସ୍ଥିତ ଥିବାରୁ ତାଙ୍କୁ ପରେ ପ୍ରଦାନ କରାଯିବ ବୋଲି ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । ଅତିଥି ମାନେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ।ଶେଷରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। Categories: ଓଡ଼ିଶା, ପୁରୀ, ହୋମ୍ Related Content ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ସ୍ଯାଣ୍ଡ ଆନିମେସନରେ ଶ୍ରଦ୍ଧାଞ୍ଜଳି by Proprietor Abhimanyu Maharana August 22, 2026 ଧାରଣାରେ ବସିଲେ ନିଖିଳ ଓଡ଼ିଶା ବିଦ୍ୟୁତ ମଜଦୂର ମହାସଂଘ by Proprietor Abhimanyu Maharana August 22, 2026 ଯୌତୁକ ଏକ ଭୟଙ୍କର ବ୍ୟାଧି, ସଚେତନତା ହିଁ ନିରାକରଣ ର ମାଧ୍ୟମ by Proprietor Abhimanyu Maharana August 22, 2026 ନୟାଗଡ଼ କଲେଜର ଶିକ୍ଷାଦାନ ନିର୍ଘଣ୍ଟ କାହା ସ୍ୱାର୍ଥରେ... by Proprietor Abhimanyu Maharana August 22, 2026 ନୂଆଗାଁ ପଞ୍ଚାୟତ ସମିତିର ୧୩ତମ ସାଧାରଣ ଅଧିବେଶନ : ଉନ୍ନୟନମୂଳକ କାର୍ଯ୍ୟ ତୁରନ୍ତ ସମାପନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ବିଧାୟକ ଙ୍କ ନିର୍ଦ୍ଦେଶ by Proprietor Abhimanyu Maharana August 22, 2026 ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଅଗଷ୍ଟ ମାସର ସାରସ୍ୱତ ଆସର ଅବସରରେ ଦେଶାତ୍ମବୋଧକ କବିତା ପାଠ by Proprietor Abhimanyu Maharana August 22, 2026