ରାଜ୍ୟ ପ୍ରାଥମିକ ଶିକ୍ଷକ ମହାସଂଘ ଆହ୍ୱାନରେ ବାଙ୍କୀ ଡମପଡ଼ା ପ୍ରାଥମିକ ମହାସଂଘର ଦୁଇ ଦଫା ଦାବି ଦେଲେ ବ୍ଲକ ଶିକ୍ଷାଧିକାରୀଙ୍କୁ

ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ରାଜ୍ୟ ପ୍ରାଥମିକ ଶିକ୍ଷକ ମହାସଂଘ ଆହ୍ୱାନରେ ବାଙ୍କୀ ଡମପଡ଼ା ପ୍ରାଥମିକ ଶିକ୍ଷକ ମହାସଂଘ ଦୁଇ ଦଫା ଦାବି ନେଇ ବ୍ଲକ ଶିକ୍ଷାଧିକାରୀଙ୍କୁ ପ୍ରଦାନ କରାଯାଇଛି । ସରକାର ପ୍ରାଥମିକ ଶିକ୍ଷକମାନଙ୍କର ଦୀର୍ଘ ଦିନର ଦାବିକୁ ପୂରଣ କରିନାହାଁନ୍ତି, ବିଭିନ୍ନ ସମୟରେ ମାନ୍ୟବର ବିଭାଗୀୟ ମନ୍ତ୍ରୀ ତଥା ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ହୋଇଥିଲେ ମଧ୍ୟ ତାହାର କୌଣସି ସୁଫଳ ମିଳିପାରି ନାହିଁ ।ପ୍ରାଥମିକ ଶିକ୍ଷକମାନଙ୍କୁ ଲେବୁଲ୍ ନାଇନ୍ ଅନୁଯାୟୀ ୪ହଜାର ୨ଶହ ଗ୍ରେଡ୍ ପେ ପ୍ରଦାନ କରିବା ତତ୍ ସହିତ ମୂଳ ନିଯୁକ୍ତିକୁ ଗଣନା କରି ନ୍ୟାସନାଲ୍ ଏକ୍ରିମେଣ୍ଟ୍ ଆଦି ଦାବିକୁ ସରକାର ଘୋଷଣା ନକରନ୍ତି ତେବେ ଆସନ୍ତା ଡିସେମ୍ବର ୫ତାରିଖରେ ପ୍ରାଥମିକ ଶିକ୍ଷକ ମହାସଂଘର ରାଜ୍ୟ ସଂଘର ଡାକରାରେ ଭୁବନେଶ୍ୱର ଠାରେ ହେବାକୁ ଥିବା ଆନ୍ଦୋଳନରେ ସାମିଲ୍ ହେବେ ବୋଲି ସୂଚନା ମିଳିଛି ।

ଏହି ପ୍ରତିିନିଧି ମଣ୍ଡଳରେ ସଂଘ ତରଫରୁ ପ୍ରଶାନ୍ତ କୁମାର ମହାପାତ୍ର, ମାନସ ରଞ୍ଜନ ଦାସ, ଝରିଆ ଗୋଚ୍ଛି, ଦିଲ୍ଲୀପ୍ ବେହେରା, ସଂଜୀବ କୁମାର ନାୟକ, ବନମାଳୀ ରାଉତ, ଦିଲ୍ଲୀପ୍ କୁମାର ମହାପାତ୍ର, ସୁବୋଧ ବେହେରା, ବିଷ୍ଣୁ ପ୍ରସାଦ ବେହେରା , ବିଭୂତି ଭୂଷଣ ସେଠୀ, ମାନସ ରଞ୍ଜନ ସେଠୀ, ଜନ୍ମଜୟ ପ୍ରକାଶ ଭୋଳ, ନିରଞ୍ଜନ ବେହେରା, ସୁଶାନ୍ତ ସେଠୀ, ଦିଲ୍ଲୀପ କୁମାର ରାଉତ, ଶ୍ରୀନିବାସ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version