ବାଙ୍କୀ କଲେଜ ଭୂଗୋଳ ବିଭାଗ ଛାତ୍ରଛାତ୍ରୀମାନଙ୍କର ଭୌଗୋଳିକ ସ୍ଥିତ ଅନୁଧ୍ୟାନ

ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଭୂଗୋଳ ବିଭାଗ ଆନୁକୁଲ୍ୟରେ ବାଙ୍କୀ ବ୍ଲକ ଅନ୍ତର୍ଗତ କିଆପଲା ଗ୍ରାମର ଶବର ସାହି ପରିଦର୍ଶନ କରି ସେଠାକାର ଭୌଗୋଳିକ ସ୍ଥିତି, ଲୋକମାନଙ୍କର ଆର୍ଥିକ ଓ ସାମାଜିକ ଅବସ୍ଥା ଉପରେ ଅନୁଧ୍ୟାନ କରିଛନ୍ତି । ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅରିଜିତ୍ ମିଶ୍ରଙ୍କ ତତ୍ୱାବଧାନରେ ସୁପ୍ରିୟା ନାୟକ,ସହିଲ୍ ମହାପାତ୍ର, ଗୁନ୍‌ଗୁନ୍ ବେହେରା, ମହେନ୍ଦ୍ର ଦାସ, ଅଦୈତ୍ୟ ପ୍ରଧାନ, ଆଶୁତୋଷ ସାମନ୍ତ, ନମିତା ଦଳେଇ, ଜ୍ୟୋତିପ୍ରଭା ପ୍ରଧାନ ପ୍ରମୁଖ ସେଠାକୁ ଯାଇ ଜନସାଧାରଣଙ୍କୁ ବିଭିନ୍ନ ବିଷୟରେ ପ୍ରଶ୍ନ ପଚାରିଥିଲେ । ଏହି ଅନୁଧ୍ୟାନର ଏକ ବିବରଣୀ କଲେଜ କର୍ତ୍ତୁପକ୍ଷଙ୍କୁ ଅବଗତ କରାଇବେ ବୋଲି ଜଣାରଯାଇଛି ।

Exit mobile version