ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁବରେଡକ୍ରସ୍ ଓ ରେଡରିବନ୍ କ୍ଲବ ଆନୁକୁଲ୍ୟରେ ଏଡସ୍ ସଚେତନତା ସଭା, ନାଟକ ଓ ପୁରସ୍କାର ବିତରଣ ଉତ୍ସବ ଆଜି କଲେଜ ଦୃଶ୍ୟଶ୍ରାବ ଗୃହ ଠରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ଯୁବରେଡକ୍ରସର କାଉନସିିଲର ଅଧ୍ୟାପିକା ସରସ୍ୱତୀ ଦେଉରୀ ସଭାପତିତ୍ୱ କରିବା ସହିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ପଦ୍ମଲୋଚନ ପଣ୍ଡା ଯୋଗଦାନ କରି ଏଡସ୍ର ଉତ୍ପତି, ଭୟାବହତା, ରୋଗର ଲକ୍ଷଣ ଓ ନିରାକରଣ ପାଇଁ ବିଭିନ୍ନ ଉପାୟ ଉପରେ ବହୁ ଉଦାହରଣ ଦେଇ ସଚେନତା ହେବା ପାଇଁ ପରାମର୍ଶ ଦେଇଥିଲେ ।
ମୁଖ୍ୟଅତିଥି ଭାବେ ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରମୋଦ କୁମାର ପଣ୍ଡା ଏହି କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ । ବିଶିଷ୍ଟ ଅତିଥି ଭାବେ ପୂର୍ବତନ ପ୍ରାଣୀବିଜ୍ଞାନ ବିଭାଗ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଏଡସ୍ ରୋଗରୁ କିପରି ଦୂରେଇ ହୋଇ ରହିପାରିଲେ ଏଥିରୁ ମୁକ୍ତି ମିଳପାରିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରଶାସନିକ ଅଧିକାରୀ ଡକ୍ଟର ଶଶିଭୂଷଣ ମହାପାତ୍ର ଓ ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଇ ଯୋଗଦାନ କରି ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ ।
