ବାଙ୍କୀ ରେ ଅବକାରୀ ଚଢ଼ାଉ ୧ ଗିରଫ ୩୨୦ ଲିଟର ଦେଶୀ ଚୋରା ମଦ ଜବତ

ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ମଙ୍ଗଳବାର କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ କରୁଣା ଶଙ୍କର ତିୱାରୀ ଙ୍କ ନିର୍ଦେଶ କ୍ରମେ ଏବଂ ଆଠଗଡ ଅବକାରୀ ଉପ ଅଧିକ୍ଷ୍କ ଶ୍ରୀ ସି ଏଚ ତିରୁପଥୀ ଙ୍କ ତତ୍ୱାବଧାନ ରେ ବାଙ୍କୀ ଥାନା ଅନ୍ତର୍ଗତ ଜାତମୁଣ୍ଡିଆ ରେ ଚଡାଉ କରାଯାଇ ଥିଲା । ଉକ୍ତ ଚଡାଉ ରେ ସମୟରେ ଆଠଗଡ଼ ର ତର୍ଡିଂ ଗ୍ରାମ ନିଲୁ ସାହୁ(୩୧) ଏକ ବଜାଜ ଅଟୋ ଓ ଆର ୦୫ଏମ୮୧୮୨ ରେ ୩୨୦ ଲିଟର ଦେଶୀ ଚୋରା ମଦ ନେଉ ଥିବା ସମୟରେଅବକାରୀ ବିଭାଗ ତାକୁ କାବୁ କରିବା ସହ ତା ନାମ ରେ ଏକ ମାମଲା ରୁଜୁ କରିବା ସହ ଉକ୍ତ ଗାଡି କୁ ଜବତ କରିଛି। ଏହି ଚଢ଼ାଉ ରେ ବାଙ୍କୀ ଅବକାରୀ ଅଧିକାରୀ ବିଶ୍ୱଜିତ୍ ଆରୁକ୍, ବାଙ୍କୀ ଅବକାରୀ ଏସାଇ ପ୍ରଦୀପ କୁମାର ଦଳାଇ, ଅବକାରୀ କର୍ମଚାରୀ ମନୋଜ ଜାଲକ୍ସୋ, ଇସୱାର ଟୁଡୁ, ବିଜୟ କୁମାର ବେହେରା ସହଯୋଗ କରିଥିଲେ ।

Exit mobile version