ସେମଲା ଗ୍ରାମରେ ମହାଲକ୍ଷ୍ମୀଙ୍କ ମାଣବସା ପୂଜା ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ତୁରେକେଲା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) ସେମଲା :- ମହାଲକ୍ଷ୍ମୀ ପୂଜା କମିଟି ର ସଭାପତି ଶ୍ରୀଯୁକ୍ତ ଗଙ୍ଗାଧର ମେହେର ଙ୍କ ସଭାପତିତ୍ୱରେ ଉପସ୍ଥିତ ସମସ୍ତ ସଭ୍ୟ ମାନଙ୍କ ସର୍ବ ସମ୍ମତି କ୍ରମେ ଆଗାମୀ ତା. ୦୨-୧୧-୨୦୨୫ ଠାରୁ ତା.୦୫-୧୧-୨୦୨୫ ପର୍ଯ୍ୟନ୍ତ ସେମଲା ଗ୍ରାମରେ ମାଁ ମହାଲକ୍ଷ୍ମୀଙ୍କ ପୂଜନୋତ୍ସବ ମହା ସମାରୋହରେ ପାଳିତ ହେବାର ସ୍ଥିର କରା ଯାଇଅଛି  l

ଏ ବର୍ଷ ପୂଜା,ଚାରି ରାତ୍ରୀ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ, ତଥା ସାମାଜିକ ନାଟକ, ଦଣ୍ଡ ନୃତ୍ୟ, ଓ ଅନ୍ୟାନ ଲୋକ କଳା ପରିବେଷଣ ହେବାର ପ୍ରସ୍ତାବ ଗୃହୀତ କରି ଉକ୍ତ ଚାରି ରାତ୍ରୀ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକରେ ତଦାରଖ ତଥା କେମିତି ଶାନ୍ତି ଓ ଶୃଙ୍ଖଳା ରେ ସମାପନ କରାଯିବ ଏ ନେଇ ଏକ ୧୦ ଜଣିଆ ଶୃଙ୍ଖଳା ସେନା କମିଟି ଗଠିତ କରାଗଲା l

ଏ ବର୍ଷ ପୂଜାରେ ନୂତନ କର୍ତ୍ତା କର୍ତ୍ତାଣୀ ପାଇଁ ଗ୍ରାମର ଶ୍ରୀଯୁକ୍ତ ଭକ୍ତବନ୍ଧୁ ମେହେର,ଓ ସହ ଧର୍ମିଣୀ ଶ୍ରୀମତୀ ଭୂମିସୁତା ମେହେର ଉଭୟ ପତି ପତ୍ନୀ ଙ୍କୁ ଅନୁଷ୍ଠାନ ପକ୍ଷରୁ ମନୋନୀତ କରି ସ୍ୱାଗତ ସମ୍ବର୍ଦ୍ଧିତ ଥିଲେ l ଶେଷରେ ସଭାପତି ଙ୍କୁ ଧନ୍ୟବାଦ ଜଣାଇ ସଭା ସାଙ୍ଗ କରାଗଲା l

Exit mobile version