ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ନୟାଗଡ଼ ଜିଲ୍ଲା ଭାପୁର ସାମ୍ବାଦିକ ପ୍ରଭାତ କୁମାର ବରାଡ଼ଙ୍କୁ ଆକ୍ରମଣ ଘଟଣାରେ ପୁଲିସର ନୀରବତା ଓ ପକ୍ଷପାତିତାକୁ ନେଇ ଆଜି ସାମ୍ବାଦିକମାନେ ନୟାଗଡ଼ ଏସ୍ପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ଗତ ୨୦ ତାରିଖ ସଂନ୍ଧ୍ୟାରେ ଏକ ଦୁର୍ଘଟଣା ଜନିତ ଖବର ସଂଗ୍ରହ ସମୟରେ ଭାପୁର ବ୍ଲକ ବିଜିପୁରଠାରେ ନିକଟସ୍ଥ ଲହଙ୍ଗାପଲ୍ଲୀ ଗ୍ରାମର ଲକ୍ଷ୍ମୀଧର ନାୟକ ସାମ୍ବାଦିକ ପ୍ରଭାତଙ୍କୁ ଆକ୍ରମଣ କରିଥିଲେ ।

