Home ଅପରାଧ ମଦ ଜବତ ଜଣେ ଅଭିଯୁକ୍ତ ଗିରଫ by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ରାଜକିଶୋର ସେନାପତି – ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ରେ ବିପୁଳ ପରିମାଣର ମଦ ଜବତ । ଅଭିଯୁକ୍ତ ବ୍ୟବସାୟୀ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି । ସତ୍ୟବାଦୀ ଥାନାରେ ଅବକାରୀ ଆଇନ ଅନୁଯାୟୀ କେଶେ ୪୨୫/୨୫ ଧାରା ୧୧୧(୨)ଖ ଭାରତୀୟ ନ୍ୟାୟ ସଂହିତା(BNS)/୫୨(କ)ଓଡିଶା ଅବକାରୀ ଅଧିନୀୟମ ୨୦୦୮ ଆଧାରରେ ରେ ମାମଲା ରୁଜୁ ହୋଇଅଛି ।ଅପରାଧ ଦମନ ନିମନ୍ତେ ପୁରୀ ଜିଲ୍ଲା ପୋଲିସ ପକ୍ଷରୁ ଚାଲିଥିବା “ଅପରେସନ ଚକ୍ର “ଜାରି ରହିଛି । ଏହି କ୍ରମରେ ଆଜି ଏକ ବିଶେଷ ସୂତ୍ରରୁ ଖବର ପାଇଁ ସତ୍ୟବାଦୀ ପୋଲିସକୁ ଅଳଗୁମ ଗ୍ରାମ ପଂଚାୟତ ର ଐସାନ୍ୟାପଡା ଗ୍ରାମ ରେ ଏକ ଦୋକାନ ଘରେ ନିଶା କାରବାର ନେଇ ଖବର ମିଳିଥିଲା । ମିଳିଥିବା ଖବରକୁ ଗୁରୁତ୍ୱ ଦେଇ ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଏସ,ଆଇ ସୁକାନ୍ତି ମୁର୍ମୁ ଓ ଏ,ଏସ,ଆଇ ବିଭୀଷଣ ମାଝୀଙ୍କ ଦ୍ୱାରା ପ୍ରସ୍ତୁତ ଏକ ସ୍ୱତନ୍ତ୍ର ଟିମ ଘଟଣା ସ୍ଥଳକୁ ଯାଇ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ସେଠାରେ ବିକ୍ରି ଉଦ୍ଦେଶ୍ୟ ରେ ଥିବା ବିଭିନ୍ନ ପ୍ରକାର ୧୨୧ ଲିଟର ୬୫୦ ଗ୍ରାମର ଗଛିତ ଥିବା ବିଦେଶୀ ଓ ଦେଶୀ ମଦ ଜବତ କରିଥିଲେ l ଏହି ବେଆଇନ ମଦ ବ୍ୟବସାୟ କରୁଥିବା ଐସାନ୍ୟ ପଡା ଗ୍ରାମର ଅଭିଯୁକ୍ତ ବିଶ୍ୱ ପ୍ରଦୀପ ଷ୍ଟାଲନ ବିଶ୍ୱାଳ( ୩୧ ) କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ନାମରେ ପୂର୍ବରୁ ୬ ଟି ବିଭିନ୍ନ ଅପରାଧିକ ମାମଲା ରହିଛି ବୋଲି ଥାନା ଅଧିକାରୀ ବିଜୟ କେତନ ବେହେରା ସୂଚନା ଦେଇଛନ୍ତି । Categories: ଅପରାଧ, ଓଡ଼ିଶା, ପୁରୀ, ହୋମ୍ Related Content ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ସ୍ଯାଣ୍ଡ ଆନିମେସନରେ ଶ୍ରଦ୍ଧାଞ୍ଜଳି by Proprietor Abhimanyu Maharana August 22, 2026 ଧାରଣାରେ ବସିଲେ ନିଖିଳ ଓଡ଼ିଶା ବିଦ୍ୟୁତ ମଜଦୂର ମହାସଂଘ by Proprietor Abhimanyu Maharana August 22, 2026 ଯୌତୁକ ଏକ ଭୟଙ୍କର ବ୍ୟାଧି, ସଚେତନତା ହିଁ ନିରାକରଣ ର ମାଧ୍ୟମ by Proprietor Abhimanyu Maharana August 22, 2026 ନୟାଗଡ଼ କଲେଜର ଶିକ୍ଷାଦାନ ନିର୍ଘଣ୍ଟ କାହା ସ୍ୱାର୍ଥରେ... by Proprietor Abhimanyu Maharana August 22, 2026 ନୂଆଗାଁ ପଞ୍ଚାୟତ ସମିତିର ୧୩ତମ ସାଧାରଣ ଅଧିବେଶନ : ଉନ୍ନୟନମୂଳକ କାର୍ଯ୍ୟ ତୁରନ୍ତ ସମାପନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ବିଧାୟକ ଙ୍କ ନିର୍ଦ୍ଦେଶ by Proprietor Abhimanyu Maharana August 22, 2026 ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଅଗଷ୍ଟ ମାସର ସାରସ୍ୱତ ଆସର ଅବସରରେ ଦେଶାତ୍ମବୋଧକ କବିତା ପାଠ by Proprietor Abhimanyu Maharana August 22, 2026