Home ଅପରାଧ ଚନ୍ଦନପୁର ବଡଧରଣ ଡକାୟତରେ ୪ ଗିରଫ – ସୁନା, ରୂପା ଟଙ୍କା ଓ ପିସ୍ତଲ ଜବତ by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଚନ୍ଦନପୁର ଥାନା ଅନ୍ତର୍ଗତ ସମଯାଜପୁର ରେଲୱେ ଓଭରବ୍ରିଜ ନିକଟରେ ନଭେମ୍ବର ୨୦ ତାରିଖରେ ସକାଳ ସାଢେ ୯ଟାରେ ଏକ ବଡଧରଣର ସୁନା ରୂପା ଓ ଟଙ୍କା ଚୋରି ଘଟଣାରେ ପୁରୀ ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି । ଏ ସମ୍ପର୍କରେ ମଙ୍ଗଳବାର ଅପରାହ୍ନରେ ଏସପିଙ୍କ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀରେ ଏସପି ପ୍ରତୀକ ସିଂଙ୍କ ସୂଚନା ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ ନଭେମ୍ବର ୨୦ ତାରିଖରେ ଚନ୍ଦନପୁର ଥାନା ନିକଟସ୍ଥ ଦାମୋଦରପୁର ବଜାରରେ ରାଧାକୃଷ୍ଣ ଜୁଏଲାରୀ ମାଲିକ ସଞ୍ଜୟ କୁମାର ଦାସ ଗୋଟିଏ ବ୍ଯାଗରେ ସୁନା ରୂପା ଅଳଙ୍କାର ଓ ନଗଦ ଟଙ୍କା ଧରି କାରରେ ଭୁବନେଶ୍ବର ଅଭିମୁଖେ ଯାଉଥିଲେ । ଓଭରବ୍ରିଜ ନିକଟରେ କେତେକ ଦୁର୍ବୃତ୍ତ ମାଉଜର ଦେଖାଇ ବ୍ୟାଗଟିକୁ ଛଡାଇ ନେଇଥିଲେ । ଏ ସମ୍ପର୍କରେ ଚନ୍ଦନପୁର ଥାନାରେ ୨୬୪/୨୫ରେ ମାମଲା ରୁଜୁ ହେବା ପରେ ଏସପିଙ୍କ ନିର୍ଦ୍ଦେଶରେ ଏକ ଟିମ ଗଠିତ ହୋଇଥିଲା । ରାଧାକୃଷ୍ଣ ଜୁଏଲାରୀ ମାଲିକଙ୍କ ଗ୍ରାମର ଟୁକୁ ନାୟକ ଓରଫ ଟୁକୁଲା ବୀରନରସିଂହପୁର ଠାରେ ନିଳକଣ୍ଠ ଜୁଏଲାରୀ କରି ସଞ୍ଜୟଙ୍କ ସହ ବ୍ଯବସାୟ କରୁଥିଲେ । ସେ ଚୋରି କରିବା ପାଇଁ ଯୋଜନା କରିଥିଲା । ଚୋରିର ୧୦ ଦିନ ପୂର୍ବରୁ ପୁରୀ ଭିଆଇପି ରୋଡ ବେ ପ୍ରିମିୟମ ହୋଟେଲରେ କାମ କରୁଥିବା ପ୍ରଶାନ୍ତ ପ୍ରଧାନଙ୍କ ସହ ଯୋଗାଯୋଗ କରିଥିଲା । ପ୍ରଶାନ୍ତ ୩ଜଣଙ୍କୁ ଆନ୍ଧ୍ରପ୍ରଦେଶରୁ ଆଣିଥିଲା ।ସେମାନେ ସ୍କୋଡା କାରରେ ପୁରୀ ଆସି ହୋଟେଲରେ ରହିଥିଲେ । ଘଟଣା ଦିନ ସମଯାଜପୁର ଠାରେ ରକି କରିଥିଲେ । ଏମବିଏ କରୁଥିବା ଛାତ୍ର ସୁବ୍ରଜିତ ମହାନ୍ତି ପିସ୍ତଲ ଦେଖାଇ ଟଙ୍କା ବ୍ଯାଗ ଛଡାଇ ନେଇଥିଲେ । ଏହି ଘଟଣାରେ ୭୮ ଲକ୍ଷ ୯୬ ହଜାର ଟଙ୍କାର ଅଳଙ୍କାର ଓ ଟଙ୍କା ଜବତ କରାଯାଇଛି । ଅଭିଯୁକ୍ତ ମାନେ ଜଗନ୍ନାଥ ସଡ଼କ ଦେଇ ବାଲୁଗାଁ ଠାରେ ଟଙ୍କା ବଣ୍ଟାବଣ୍ଟି କରି ଖସି ଯାଇଥିଲେ । ଅଭିଯୁକ୍ତ ମାନେ ହେଲେ ଚନ୍ଦନପୁର ଥାନା ଦୋଳଗୋବିନ୍ଦପୁରର ଟୁକୁ ନାୟକ ଓ ଟୁକୁଲା ବୟସ (୪୫), ଖୋର୍ଦ୍ଧା ଜିଲ୍ଲା ବାଣପୁରର ପ୍ରଶାନ୍ତ ପ୍ରଧାନ, ଆନ୍ଧ୍ରପ୍ରଦେଶ ବିଶାଖପାଟଣା ବେଟାପୁରମ୍ କଲୋନୀର ଏମ ଗୌତମ (୨୪), ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅନ୍ତର୍ଗତ ନାପ ଗ୍ରାମର ସୁଭ୍ରଜିତ ମହାନ୍ତି (୨୨)ଯିଏ ଭୁବନେଶ୍ବର ପଟିଆ ସ୍ମୃତି ଏକାଡେମୀ ଅଫ ମ୍ୟାନେଜମେଣ୍ଟ ଏମବିଏ ଛାତ୍ର । ଜବତ ହୋଇଥିବା ଅଳଙ୍କାର ଓ ଟଙ୍କା ମଧ୍ଯରେ ୧୩୨ ଗ୍ରାମର ୮ଟି ସୁନାହାର ,୩୧ କେଜି ରୂପା ହାର ୬ ଲକ୍ଷ ନଗଦ ଟଙ୍କା ,ସ୍କୋଡା କାର ନମ୍ବର ଏପି ୦୫ସିୱାଇ ୮୬୫୬ ,ଗୋଟିଏ ଟିଭିଏସ ମଟରସାଇକେଲ, ଗୋଟିଏ ପିସ୍ତଲ, ମାଗାଜିନ ଓ ଦୁଇଟି ଜୀବନ୍ତ ଗୁଳି ଜଗତ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । Categories: ଅପରାଧ, ଓଡ଼ିଶା, ପୁରୀ, ହୋମ୍ Related Content ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ସ୍ଯାଣ୍ଡ ଆନିମେସନରେ ଶ୍ରଦ୍ଧାଞ୍ଜଳି by Proprietor Abhimanyu Maharana August 22, 2026 ଧାରଣାରେ ବସିଲେ ନିଖିଳ ଓଡ଼ିଶା ବିଦ୍ୟୁତ ମଜଦୂର ମହାସଂଘ by Proprietor Abhimanyu Maharana August 22, 2026 ଯୌତୁକ ଏକ ଭୟଙ୍କର ବ୍ୟାଧି, ସଚେତନତା ହିଁ ନିରାକରଣ ର ମାଧ୍ୟମ by Proprietor Abhimanyu Maharana August 22, 2026 ନୟାଗଡ଼ କଲେଜର ଶିକ୍ଷାଦାନ ନିର୍ଘଣ୍ଟ କାହା ସ୍ୱାର୍ଥରେ... by Proprietor Abhimanyu Maharana August 22, 2026 ନୂଆଗାଁ ପଞ୍ଚାୟତ ସମିତିର ୧୩ତମ ସାଧାରଣ ଅଧିବେଶନ : ଉନ୍ନୟନମୂଳକ କାର୍ଯ୍ୟ ତୁରନ୍ତ ସମାପନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ବିଧାୟକ ଙ୍କ ନିର୍ଦ୍ଦେଶ by Proprietor Abhimanyu Maharana August 22, 2026 ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଅଗଷ୍ଟ ମାସର ସାରସ୍ୱତ ଆସର ଅବସରରେ ଦେଶାତ୍ମବୋଧକ କବିତା ପାଠ by Proprietor Abhimanyu Maharana August 22, 2026