ବାଇକ ଚୋରି : ଥାନାରେ ଲିଖିତ ଅଭିଯୋଗ କଲେ ଯୁବକ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ବିଛୁବାହାଲି ଗ୍ରାମରୁ ଏକ ବାଇକ ଚୋରି ହୋଇଥିବା ନେଇ ଗାଡ଼ି ମାଲିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ସୂଚନା ଅନୁସାରେ, ଗାଁରେ ବିବାହ ଚାଲୁଥିବା ସମୟ ରେ , ସେହି ବିହାଘରକୁ ବାଇକ ଯୋଗେ ଯାଇଥିଲେ ଏବଂ ରାତିରେ ସେହି ବିହାଘର ସାମ୍ନାରେ ବାଇକଟିକୁ ତାଲା ମାରି ବରାତି ଯାଇଥିଲେ Iଡ଼ୁଲେଶ୍ଵର ମାଝୀ ବାଇକ ନମ୍ବର ଓଡ଼ି ୦୩ ଏକ୍ସ ଠଠ୫୯ (ହୋଣ୍ଡା ସାଇନ) ସେଠାରୁ ଆସିବା ପରେ ବାଇକଟି ସେଠାରେ ନଥିବା ଦେଖି ବହୁ ଖୋଜା ଖୋଜି କରିଥିଲେ । ପରେ ନ ମିଳିବାରୁ ବେଲପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ପୁଲିସ ନମ୍ବର ୩୬୦/୨୫ରେ ମାମଲା ରୁଜୁ କରି ତଦନ୍ତ କରୁଥିବା ପୁଲିସ କହିଛି ।

Exit mobile version