ଶ୍ରୀରାମ କମିଟି ତରଫରୁ ବିଶ୍ୱ ଏଡସ ଦିବସ ପାଳିତ

ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଡମପଡା ବ୍ଲକ ଅନ୍ତର୍ଗତ ତାଳବସ୍ତର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶ୍ରୀରାମ କମିଟି ଆନୁକୁଲ୍ୟରେ ନୂଆସାହି ଠାରେ ବିଶ୍ୱ ଏଡସ ଦିବସ ପାଳିତ ହେବା ସହିତ ଏଡସ ମୁକ୍ତ ଭାରତ ପାଇଁ ଶପଥ ପାଠ କରାଯାଇଥିଲା । ଶ୍ରୀରାମ କମିଟିର ସଭାପତି ବିଶ୍ୱରଞ୍ଜନ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପୂର୍ବତନ ପ୍ରାଣୀବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଏଡସର ଭୟାବହତା ଉପରେ ଆଲୋକପାତ କରିବା ସହିତ ଏଡସରୁ କିପରି ଦୂରେଇ ହେବ ସେ ସଂପର୍କରେ ଆଲୋକପାତ କରିଥିଲେ ।

କାର୍ଯ୍ୟକ୍ରମରେ ସାଗରିକା ସାହୁ, ଶ୍ରଦ୍ଧାଞ୍ଜଳି ପାଲ୍‌, ଶିବାନୀ ନାୟକ, ଚିନ୍ମୟୀ ବାରିକ, ସୁପ୍ରିୟା ନାୟକ, ଅନୀତା ସାହୁ, ସରସ୍ୱତୀ ମହାରଣା , ଚନ୍ଦନ ବେହେରା, ଇପ୍‌ସିତା ପ୍ରିୟଦର୍ଶନୀ ରାଉତ, ପୂଜାରାଣୀ ମନ୍ତ୍ରୀ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ବରିଷ୍ଠ ସଦସ୍ୟ ଲଲାଟେନ୍ଦୁ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version