Home ଓଡ଼ିଶା ସଂସ୍କାର ମୂଳକ ଆଦର୍ଶ ବିବାହ ଅନୁଷ୍ଠିତ by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ସମାଜ ରେ ସାମନ୍ତ ବାଦୀ ବିଚାର ଓ ମନୁଷ୍ୟ କୃତ ଜାତି ଶୋଷଣ ଯୋଗୁଁ ବହୁ ଅଘଟଣ ଓ ନିର୍ଯ୍ୟାତନା ର ଶିକାର ହେଉଛନ୍ତି ନୀଚ ଜାତି ସମାଜ ର ବ୍ୟକ୍ତି ମାନେ। ଉଚ୍ଚ ନୀଚ ଭେଦ ଭାବ ଯୋଗୁଁ ଜାତିରେ ଜନ୍ମ ଦୃଷ୍ଟିରୁ ନୀଚ ଜାତି ର ବ୍ୟକ୍ତି ମାନେ ଶାସ୍ତି ପାଉଥିଲା ବେଳେ ଉଚ୍ଚ ଜାତିର ବ୍ୟକ୍ତି ମାନେ ପାରମ୍ପରିକ ନାମରେ କୁସଂସ୍କାର ଦୃଷ୍ଟିରୁ ଶୋଷଣ ଜାରି ରଖିଛନ୍ତି। ଏହା ଏକ ଦୁର୍ବଳ ମାନସିକତା। ବହୁ ସମାଜ ସଂସ୍କାରକ ମଣିଷ ସମାଜରେ ଥିବା ଏହି ଭେଦ ଭାବ କୁ ହଟେଇବା ପାଇଁ ସଂସ୍କାର ମୂଳକ ଆନ୍ଦୋଳନ ମଧ୍ୟ କରିଛନ୍ତି । ଜାତି ବିହୀନ ଓ ଶୋଷଣ ବିହୀନ ସମାଜ ପାଇଁ ବିଭିନ୍ନ ସମୟରେ ଦୀର୍ଘ ବର୍ଷ ହେଲା ପ୍ରୟାସ ଜାରି ରଖି ଥିବା ଗୋତିମୁକ୍ତି ଅଭିଯାନ ର ଆବାହକ ସୁରେଶ ସ୍ୱାଇଁ ଓ ସଂଯୁକ୍ତା ସେଠୀ ଙ୍କ ଆନୁକୂଲ୍ୟ ଏକ ଆଦର୍ଶ ବିବାହ ନଭେମ୍ବର ୩୦ ତାରିଖ ଦିନ ରଣପୁର ଅଞ୍ଚଳର ଗୋପୀମୋହନ ପୁର ଠାରେ ଅନୁଷ୍ଠିତ କରାଇ ସମାଜ କୁ ଏକ ନୂତନ ବାର୍ତ୍ତା ଦେଇଛନ୍ତି । ସୁରେଶ ସ୍ୱାଇଁ ଙ୍କ ପୁତୁରା ସର୍ବେଶ୍ୱର ସ୍ୱାଇଁ ଓ ପୁଷ୍ପଲତା ସ୍ୱାଇଁ ଙ୍କ ଜ୍ୟେଷ୍ଠ ପୁଅ ଲଷ୍ମୀକାନ୍ତ ଜୟସିଂହ ସବର୍ଣ୍ଣ ଜାତିର ହୋଇଥିଲେ ମଧ୍ୟ ରାମଚନ୍ଦ୍ରପୁର ର ଦଳିତ ଜାତିର ସଂଯୁକ୍ତା ସେଠୀ ଓ ପଙ୍କଜ ସେଠୀ ଙ୍କ କନିଷ୍ଠ କନ୍ୟା ଗୀତାଞ୍ଜଳି ସେଠୀ ଙ୍କୁ ବିନା ବେଦିରେ ଓ ବିନା ଯୌତୁକ ରେ ସର୍ବ ସମ୍ମୁଖରେ ଫୁଲ ମାଳ ଦେଇ ଆଦର୍ଶ ଗତ ବିବାହ କରିଛନ୍ତି । ସେହିଭଳି ସାନ ଭାଇ ସଂଗ୍ରାମ କେଶରୀ ଜୟସିଂହ ମଧ୍ୟ ନିଜ ଗ୍ରାମର ଝୁମ୍ପେଇ ବେୱା ଙ୍କ ଝିଅ ଶୁଭଶ୍ରୀ ବେହେରା ଙ୍କୁ ବିନା ଯୌତୁକ ରେ ନିଜସ୍ୱ ସମସ୍ତ ଖର୍ଚ୍ଚ ରେ ବିବାହ କରିଛନ୍ତି। ଏହି ବିବାହ ଉତ୍ସବ ରେ ବହୁ ସମାଜ ସେବୀ, ସାମ୍ବାଦିକ,ରାଜ ନେତା, ଜନ ପ୍ରତିନିଧି, ଆଇନଜୀବି ଓ ଉଭୟ ପକ୍ଷର ବନ୍ଧୁ ବାନ୍ଧବ ଉପସ୍ଥିତ ରହି ସାମାଜିକ ସ୍ୱୀକୃତି ସହ ନବ ଦମ୍ପତିଙ୍କର ସଫଳତା କାମନା କରିଥିଲେ।ପ୍ରତିକୂଳ ସମାଜରେ ଏହି ବିବାହ ଉତ୍ସବ ଅତ୍ୟନ୍ତ ଉତ୍ସବ ମୁଖର ଥିଲା ବେଳେ ସମାଜ ପରିବର୍ତ୍ତନ ଦିଗରେ ଏକ ସକରାତ୍ମକ ବାର୍ତ୍ତା ଦେଇଛି। ଏହି ବିବାହ ଉତ୍ସବରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ,ସିପିଏମ ନେତା ବିଶ୍ୱନାଥ ମହାପାତ୍ର,ହରିଶ୍ଚନ୍ଦ୍ର ମିଶ୍ର, ସରୋଜ ନାୟକ ଓ ଧୁଶାସନ ଜେନା, କଂଗ୍ରେସ ନେତା ସତ୍ୟବ୍ରତ ନାୟକ, ବିଜେପି ନେତା ତଥା ସରପଞ୍ଚ ପଦ୍ମ ଚରଣ ମହାନ୍ତି, ଉଚ୍ଚ ନ୍ୟାୟାଳୟ ଆଇନୀଜ୍ଞ ବୃନ୍ଦାବନ ସାମନ୍ତରାୟ, ଶିକ୍ଷକ ନେତା ପୂର୍ଣ୍ଣଚନ୍ଦ୍ର ନାୟକ, ସର୍ଯ୍ୟମଣୀ ପ୍ରଧାନ, ସମାଜ ସେବୀ ପୂର୍ଣ୍ଣ ଚନ୍ଦ୍ର ପରିଡ଼ା, ଶ୍ରମିକ ନେତା ଚାପଧାରୀ ରାଉତ, ମଙ୍ଗୁଳି ରାଉତ, ସୁଶୀଲ ମହାନ୍ତି ସାମ୍ବାଦିକ ମଧୁସୂଦନ ପରିଡ଼ା, ଚିରଞ୍ଜୀବ ଦାସ, ରଣଜିତ ସାହୁ ଓ ପ୍ରସନ୍ନ ସାମାନ୍ତରାୟ ପ୍ରମ୍ମୁଖ ଯୋଗ ଦେଇ ନବ ଦମ୍ପତି ଙ୍କ ଶୁଭ ମାନାସୀ ଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ମନୋରଞ୍ଜନ, ହୋମ୍ Related Content ଦୁର୍ଘଟଣା ସମ୍ପର୍କରେ ବୁଝିବା ସହ ପରିବାରକୁ ଆଶ୍ଵସନା ଦେଲେ ଦଶପଲ୍ଲା ବିଧାୟକ by Proprietor Abhimanyu Maharana August 23, 2026 ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର by Proprietor Abhimanyu Maharana August 23, 2026 ବିଦ୍ୟାଳୟ ନିରାପତ୍ତା ସପ୍ତାହ ପାଳିତ by Proprietor Abhimanyu Maharana August 23, 2026 ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ by Proprietor Abhimanyu Maharana August 23, 2026 ବୋଲବମ୍ ସେବସଂଘ,ନୟାଗଡ ଆନୁକୁଲ୍ୟରେ ଭଜନ ସମାରୋହ ଅନୁଷ୍ଠିତ by Proprietor Abhimanyu Maharana August 23, 2026 ବଣ୍ଡା ଘାଟିର ସୀତାକୁଣ୍ଡର ରୂପରେଖ ବଦଳିବ : ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ମାଲକାନଗିରି ଜିଲ୍ଲାପାଳ by Proprietor Abhimanyu Maharana August 23, 2026