ବିଶ୍ଵ ଏଡ୍ସ ଦିବସ ପାଳିତ

ଗୋଡିପଡା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଶ୍ରୀ ଲଡୁକେଶ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୋଡ଼ିପଡ଼ା ଯୁବ ରେଡ୍ କ୍ରସ୍ ବିଭାଗ ଦ୍ଵାରା ବିଶ୍ଵ ଏଡ୍ସ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ଉଷାରାଣୀ ପଟ୍ଟନାୟକ ଯୋଗଦେଇ ସୁସ୍ଥ ରହିବା ଆମର ପରମ ଲକ୍ଷ୍ୟ ହେବା ଉଚିତ୍ ବୋଲି କହିଥିଲେ ।

ଅଧ୍ୟାପକ ଲକ୍ଷ୍ମୀଧର ଦାସ ଯୋଗଦେଇ ସୁସ୍ଥ ସମାଜ ପାଇଁ ଛାତ୍ର ଛାତ୍ରୀ ମାନଙ୍କଠାରେ ଏଡ୍ସ ସଚେତନତା ଓ ସେବା ଭାବନା ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ । ବିଜ୍ଞାନଗାର ସହାୟକ ପବିତ୍ର ପୃଷ୍ଟି ଓ ଶରତ ଚନ୍ଦ୍ର ମହାପାତ୍ର ବିଶ୍ଵ ଏଡ୍ସ ଦିବସ ପାଳନ ର ମହତ୍ତ୍ଵ ବିଷୟ ରେ କହିଥିଲେ । ତର୍କ ପ୍ରତିଯୋଗିତାରେ ରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ଥିବା ସୁଶ୍ରୀ ପ୍ରିୟଦର୍ଶିନୀ ମହାପାତ୍ରକୁ ପୁରସ୍କୃତ କରାଯାଇଥିଲା ।

ଯୁବ ପରାମର୍ଶ ଦାତା ଅଧ୍ୟାପକ ଡଃ ସନ୍ତୋଷ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କ୍ରୀଡା ଅଧ୍ୟାପକ ଚିତ୍ତରଞ୍ଜନ ମହାପାତ୍ର ସମେତ ଅନୁଷ୍ଠାନର ସମସ୍ତ କର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ସମସ୍ତ ସ୍ଵେଚ୍ଛାସେବୀ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

Exit mobile version