ଜଟଣୀ ମହାବିଦ୍ୟାଳୟରେ ବିଶ୍ଵ ଏଡ୍ସ ଦିବସ ପାଳିତ

ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ବିଶ୍ଵ ଏଡ୍ସ ଦିବସ ଉପଲକ୍ଷେ ଆଜି ଜଟଣୀ ମହାବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛାତ୍ର,ଛାତ୍ରୀ ମାନଙ୍କୁ ଏଡ୍ସ ଭୟାବହତା ସମ୍ପର୍କରେ ଅବଗତ କରାଇବା ପାଇଁ ଏକ ଆଲୋଚନା ଚକ୍ର ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷା ଡ଼ଃ ସ୍ଵପ୍ନା ମଲ୍ଲିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ଆଲୋଚନା ଚକ୍ରରେ ମୁଖ୍ୟବକ୍ତା ଜଟଣୀ ମହାବିଦ୍ୟାଳୟ ପ୍ରାଣୀ ବିଜ୍ଞାନର ଅଧ୍ୟାପିକା ଡ଼ଃସସ୍ମିତା ପଣ୍ଡା ମୋହୋଦୟା ଯୋଗଦେଇ ଛାତ୍ର,ଛାତ୍ରୀ ମାନଙ୍କୁ ଏଡ୍ସର କାରଣ, ନିରାକରଣ ସହ ବିଶ୍ଵ ଏଡ୍ସ ଦିବସର ପ୍ରସଙ୍ଗ”ବିଘ୍ନ ଦୂର କରିବା ଏଡ୍ସ ପ୍ରତିକ୍ରିୟାକୁ ରୂପାନ୍ତରିତ କରିବା”ସମ୍ପର୍କରେ ଉଦବୋଧନ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ୟୁଥ୍ ରେଡକ୍ରସ୍ କାଉନସିଲର ଅଧ୍ୟାପିକା ପରିମିତା ପ୍ରହରାଜ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅନ୍ୟତମ କାଉନସିଲର ଅଧ୍ୟାପକ ଡଃ ଆଲୋକ କୁମାର ଛୋଟରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପିକା ଡ଼ଃ ପୁଷ୍ପଲତା ସେଠୀ, ପ୍ରଧ୍ୟାପକ ଡ଼ଃ ପ୍ରସାନ୍ତ କୁମାର ପାଣିଗ୍ରାହି ଓ ଅଧ୍ୟାପକ ଡଃ ତପନ କୁମାର ମିଶ୍ର ପ୍ରମୁଖ ସଂଯୋଜନା ଓ ପରିଚାଳନା କରିଥିଲେ ।

Exit mobile version