ଦଳେଇସାହି ପଞ୍ଚାୟତରେ ପଲ୍ଲୀରେ ପ୍ରଶାସନ ସେବା କାର୍ଯ୍ୟକ୍ରମ ଉଦଘାଟିତ : ଗ୍ରାମାଞ୍ଚଳ ଲୋକମାନଙ୍କୁ ମିଳିଲା ପ୍ରଶାସନ ସେବା

ବୋଲଗଡ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଓ ବୋଲଗଡ ବ୍ଲକ ପ୍ରଶାସନ ଆନୁକୂଲ୍ୟରେ ଏବଂ ଖୋର୍ଦ୍ଧା ଜିଲ୍ଲା ପଞ୍ଚାୟତ ଅଫିସର ତଥା ପଲ୍ଲୀ ପ୍ରଶାସନ ସେବା ନୋଡାଲ ଅଫିସର ସାମଳେନ୍ଦୁ ନାୟକଙ୍କ ଆବାହକତ୍ୱରେ ବ୍ଲକ ସ୍ତରୀୟ ପଲ୍ଲୀ ପ୍ରଶାସନ ସେବା କାର୍ଯ୍ୟକ୍ରମ ସୋମବାର ଦିନ ଦଳେଇ ସାହିଗ୍ରାମ ପଞ୍ଚାୟତର ଗଦାଧର ବାଞ୍ଛାନିଧି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି l

ଏହି କlର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ବୋଲଗଡ ମଣ୍ଡଳ ଉନ୍ନୟନ ଅଧିକାରିଣୀ ସୁମନ ସୁଧା କୁଣ୍ଡୁ,ମୁଖ୍ୟବକ୍ତା ଭାବେ ଅତିରିକ୍ତ ବିଡ଼ିଓ ଡକ୍ଟର ରତିକାନ୍ତ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ଦଳେଇ ସାହି ଗ୍ରାମପଞ୍ଚୟତ ସରପଞ୍ଚ ଶୁଶାନ୍ତ କୁମାର ପରିଡା ଓ ସମିତି ସଭ୍ୟା ମନୋସ୍ମିତା ଦଳେଇ ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ l

ଏହି ପଲ୍ଲୀ ପ୍ରଶାସନ ସେବା କାର୍ଯ୍ୟକ୍ରମରେ କୃଷି, ପଞ୍ଚାୟତିରାଜ, ମସ୍ୟ ଓ ପଶୁ ପାଳନ, ଉଦ୍ୟାନ ବିଭାଗ, ସ୍ୱାସ୍ଥ୍ୟ ବିଭାଗ,ବିଦ୍ୟୁତ ବିଭାଗ, ତହସିଲ, ଶିଶୁ କଲ୍ୟାଣ ବିଭାଗ,ରାଜସ୍ୱ ବିଭାଗ, ଜଙ୍ଗଲ ବିଭାଗ ଶିକ୍ଷା ଇତ୍ୟାଦି ବିଭାଗ ଗୁଡିକର କାର୍ଯ୍ୟନିର୍ବାହୀ ଅଧିକାରୀମାନେ( ୨୩୮)ଜଣ ଲୋକମାନଙ୍କର ଲିଖିତ ଅଭିଯୋଗକୁ ପଞ୍ଜିକୃତ କରିଥିଲେ ଓ ୧୪୨ ଟି ଲିଖିତ ଅଭିଯୋଗକୁ ତୁରନ୍ତ ଆଶୁ ସମାଧାନ କରିଥିଲେ l

୯୬ଜଣ ଲୋକମାନଙ୍କର ଲିଖିତ ଅଭିଯୋଗ ଗୁଡିକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ l ଲୋକମାନେ କିପରି ଶୀଘ୍ର ପ୍ରଶାସନିକ ସେବା ପାଇପାରିବେ ସେଥିପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ବୋଲଗଡ ବ୍ଲକ ପ୍ରଶାସନ ତରଫରୁ ପ୍ରତି ପଞ୍ଚାୟତରେ ପଲ୍ଲୀ ପ୍ରଶାସନ ସେବା କାର୍ଯ୍ୟକ୍ରମ କରାଯାଉଅଛି ବୋଲି ନୋଡାଲ ଅଫିସର ସାମଳେନ୍ଦୁ ନାୟକ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରିଥିଲେ l

ବ୍ଲକ ପଲ୍ଲୀ ପ୍ରଶାସନ ସେବା ମାଧ୍ୟମରେ ଲୋକମାନଙ୍କର ସମସ୍ତ ସମସ୍ୟା ସମାଧାନ ହୋଇପାରିବ ବୋଲି ଦଳେଇ ସାହି ଗ୍ରାମପଞ୍ଚୟତ ସରପଞ୍ଚ ଶୁଶାନ୍ତ କୁମାର ପରିଡା ଓ ସମିତିସଭ୍ୟା ମନୋସ୍ମିତା ଦଳେଇ ପ୍ରମୁଖ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ l ସମସ୍ତ ସେବା କାର୍ଯ୍ୟକ୍ରମରେ ମଣ୍ଡଳ ଉର୍ନୟନ ଅଧିକାରିଣୀ ସୁମନ ସୁଧା କୁଣ୍ଡୁ ଓ ଅତିରିକ୍ତ ବିଡିଓ ଡକ୍ଟର ରତିକାନ୍ତ ମିଶ୍ର ପ୍ରମୁଖ ଯୋଗଦେଇ ଲୋକମାନଙ୍କର ସମସ୍ୟା ସମାଧାନ କରିବାରେ ସହଯୋଗ କରିଥିଲେ l

ଦଳେଇସାହି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୀବନ କୁମାର ଦାସ ଓ ସମାଜ ସେବୀ ଶରତ କୁମାର ଦଳେଇ ସହଯୋଗ କରି ପରିଚାଳନା କରିଥିଲେ l ପରିଶେଷରେ ସ୍ଥାନୀୟ ସମିତି ସଭ୍ୟl ମନୋସ୍ମିତା ଦଳେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Exit mobile version