ଭାଲୁମୁଣ୍ଡା ଶିଶୁମନ୍ଦିର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଠାରେ ଦୁଇ ଦିନିଆ ବାର୍ଷିକ ଉତ୍ସବ ଆଜି ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରଦୀପ ମେହେର , ସମ୍ମାନୀୟ ଅତିଥି ଭାବେ ପରିଚାଲନା କମିଟି ଉପସଭାପତି ରାଧେଶ୍ୟାମ ମେହେର, ପ୍ରଧାନ ଗୁରୁଜୀ ସିର୍ଦ୍ଧାତ ପାଣିଗ୍ରାହୀ ମଞ୍ଚାସିନ ଥିଲେ।

ପ୍ରଧାନ ଗୁରୁଜୀ ମଞ୍ଚ ପରିଚାଲନା କରିଥିବା ବେଳେ ଜଗନ୍ନାଥ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମ ,ଦ୍ୱତୀୟ, ତୃତୀୟ ସ୍ଥାନ ଅଧିକାର ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି କ୍ରୀଡା ଉଦଯାପିତ ରେ ସମସ୍ତ ଗୁରୁଜୀ ଗୁରୁମା ସାହାଯ୍ୟ କରିଥିଲେ ।

Exit mobile version