ଭୂବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଓଡ଼ିଶାର ଘରେ ଘରେ ମାଆ ରୂପେ ପରିଚିତା ବିଶିଷ୍ଟ ସ୍ୱଧୀନତା ସଂଗ୍ରାମୀ ତଥା ସର୍ବୋଦୟ ନେତ୍ରୀ ମାଆ ରମାଦେବୀ ଆଜି ବଞ୍ଚିଥିଲେ ତାଙ୍କୁ ୧୨୫ ବର୍ଷ ପୁରନ୍ତା। ସ୍ବାଧୀନତା ଆ ନ୍ଦୋଳନ କାଳରେ ତାଙ୍କ ପ୍ରେରଣାରେ ଶହ ଶହ ମହିଳା ଏଥିରେ ସାମିଲ ହେବା ସହ ଭାରତବର୍ଷକୁ ଶୃଙ୍ଖଳମୁକ୍ତ କରାଇପାରିଥିଲେ । ରମାଦେବୀଙ୍କ ପ୍ରେରଣାରେ କେବଳ ସେ ନୁହନ୍ତି, ତାଙ୍କର ସମଗ୍ର ପରିବାର ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ଓ ସ୍ୱାଧୀନୋତ୍ତର ଭାରତରେ କ୍ଷମତା ରାଜନୀତିକୁ ନଯାଇ ବରଂ ସର୍ବୋଦୟ ଆନ୍ଦୋଳ ନରେ ଜୀବନ ସମର୍ପି ଦେଇଥିଲେ ।
ଅଳକା ଆଶ୍ରମ, ଇଞ୍ଚୁଡି ଲବଣ ସତ୍ୟାଗ୍ରହ, ବରୀ ଆଶ୍ରମ ମାଧ୍ୟମରେ କର୍ମୀ ନି ର୍ମାଣ, ହରିଜନ ପଦଯାତ୍ରା ସମୟରେ ମାହାତ୍ମା ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ଭାବରେ କାର୍ଯ୍ୟ, ଭାରତ ଛାଡ଼ ଆନ୍ଦୋ ଳନରେ ନେତୃତ୍ୱ ପୁଣି ସ୍ୱାଧୀନ ଭାରତରେ ଭୁଦାନ ଗ୍ରାମଦାନ ଆନ୍ଦୋଳନର ନେତୃତ୍ୱ ଠାରୁ ଆରମ୍ଭ କରି ଜରୁରୀ ପରିସ୍ଥିତି ବିରୋଧୀ ସଂଗ୍ରାମରେ ଓଡ଼ିଶାର ନେତୃତ୍ୱ ସବୁଥିରେ ମା ରମାଦେବୀଙ୍କର ଓ ଡ଼ିଶାରେ ନାଁ ଡାକ ଥିଲା ।

