Home ଓଡ଼ିଶା ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି : ଭଉଣୀ ର ଚିକିତ୍ସା ଭାର ସରକାର ନେବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଭାଇ ଜଣାଇଲେ by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡିର ଗୀତାଞ୍ଜଳି ମହାରଣା କ୍ରିଟିକାଲ ନିମୋନିଆରେ ସଂକ୍ରମିତ ହୋଇ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ହେଉଛନ୍ତି । ସେ ଅତି ଗୁରୁତର ରହିଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ଏବେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଚିକିତ୍ସା ପାଇଁ ଲକ୍ଷାଧିଜ ଟଙ୍କାର ଆବଶ୍ୟକତା ରହିଥିବା ବେଳେ ଗୀତାଞ୍ଜଳୀଙ୍କ ପାଇଁ ତାଙ୍କ ଭାଇ ତଥା ସମାଜସେବୀ ଦିନବନ୍ଧୁ ମହାରଣା ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାମାଜିକ ଗଣମାଧ୍ୟମ (ଏକ୍ସ)ରେ ଜଣାଇଛନ୍ତି । ଏଥିସହ ସେ ସମସ୍ତଙ୍କୁ ଏଥିପାଇଁ ନିବେଦନ କରିଛନ୍ତି ଏହି ବିପତ୍ତିରୁ ସରକାର ତାଙ୍କୁ ସୁରକ୍ଷା ଦେବାସହ ଅଧିକା ଚିକିତ୍ସା ବ୍ୟବସ୍ଥା ଯୋଗାଇଦେବାକୁ ସେ ନିବେଦନ କରିଛନ୍ତି । ସୂଚନା ଯୋଗ୍ୟଯେ ଗୀତାଞ୍ଜଳୀଙ୍କ ଆୟୁଷ୍ମାନ ସ୍ବାସ୍ଥ୍ୟକାର୍ଡ ରହିଛି ସେଥିରେ ସେ ମାଗଣା ଚିକିତ୍ସା ସୁବିଧା ପାଉ ନ ଥିବା ନେଇ ଭାଇ ଦୀନବନ୍ଧୁ କହିଛନ୍ତି । ବର୍ତ୍ତମାନ ସାଧାରଣ ଲୋକ ଏବଂ ସରକାର ତାଙ୍କୁ ସହାୟତା ପ୍ରଦାନ କରିବାକୁ ନିବେଦନ କରିଛନ୍ତି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content କାହା ବାହୁବଳ କ୍ଷମତାରେ ନର କଙ୍କାଳ କୁ ନେଇ ଭୁଆଁ ବୁଲାଉଛନ୍ତି ଚାନ୍ଦପୁର ଥାନାଧିକାରୀ by Proprietor Abhimanyu Maharana August 23, 2026 ଦୁର୍ଘଟଣା ସମ୍ପର୍କରେ ବୁଝିବା ସହ ପରିବାରକୁ ଆଶ୍ଵସନା ଦେଲେ ଦଶପଲ୍ଲା ବିଧାୟକ by Proprietor Abhimanyu Maharana August 23, 2026 ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର by Proprietor Abhimanyu Maharana August 23, 2026 ବିଦ୍ୟାଳୟ ନିରାପତ୍ତା ସପ୍ତାହ ପାଳିତ by Proprietor Abhimanyu Maharana August 23, 2026 ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ by Proprietor Abhimanyu Maharana August 23, 2026 ବୋଲବମ୍ ସେବସଂଘ,ନୟାଗଡ ଆନୁକୁଲ୍ୟରେ ଭଜନ ସମାରୋହ ଅନୁଷ୍ଠିତ by Proprietor Abhimanyu Maharana August 23, 2026