
କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- କଟକ ଜିଲ୍ଲା ଆଠଗଡ଼ ବ୍ଲକର ଧୁରୁଷିଆ ପଞ୍ଚାୟତ ଅନ୍ତର୍ଗତ ଜଗମୋହନପୁର ଗ୍ରାମ ଠାରେ ଏକ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ଚଳିତ ରବିଋତୁ ୨୦୨୫ ରେ ରାଜ୍ୟ ସରକାରଙ୍କ “ଆଳୁ, ପନିପରିବା ଏବଂ ମସଲା ଉନ୍ନୟନ୍ନ ” ଯୋଜନା ଅଧୀନରେ ପ୍ରାମାଣିକ ଆଳୁ ବିହନ ବିତରଣ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଦ୍ଵାରା ହୋଇଛି l ଚଳିତ ରବି ଋତୁରେ ଗୁଣାତ୍ମକ ଅଧିକ ଉତ୍ପାଦକ୍ଷମ ବିହନ ଆଳୁ ଯୋଗାଣ ପୂର୍ବକ ଆଳୁ ଚାଷର ବ୍ୟାପକ ପ୍ରସାର ଏବଂ କୃଷକ ମାନଙ୍କର ଆର୍ଥିକ ଉନ୍ନତି ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଅଟେ l
