ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଦରକାର ହେଲେ ନିଅ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପୁରୀ ଆନୁକୁଲ୍ୟରେ ନିର୍ଦ୍ଦେଶିକା ଅରୁଣିମା ନନ୍ଦଙ୍କ ପରିଚାଳନାରେ ପେଣ୍ଠକଟା ବସ୍ତିରେ ଦରକାର ହେଲେ ନିଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗରିବ ଲୋକ ମାନଙ୍କ ପାଇଁ ପୁରୁଣା ସାର୍ଟ ପ୍ଯାଣ୍ଟ ଲୁଗା ବ୍ୟବହାର କରିବା ପାଇଁ ଏହି କାର୍ଯ୍ୟକ୍ରମ ଜାରି ରଖିଛନ୍ତି ।

ଏହି ପୁରଣା ବସ୍ତ୍ର ପରିଧାନ କରିବା ସହ ଲୋକ ମାନଙ୍କୁ ସଚେତନ କରିଥିଲେ । ଘରେ ରଖିଥିବା ପୁରୁଣା ସାର୍ଟ ପ୍ଯାଣ୍ଟ ଓ ଲୁଗା ସାଇତି ରଖନ୍ତୁ ଏହା ଅନ୍ଯ ମାନଙ୍କର ଉପକାରେ ଆସିବ । ବସ୍ତିର ଗରିବ ଲୋକମାନଙ୍କୁ ବସ୍ତ୍ର ପିନ୍ଧାଇ ସେମାନଙ୍କ ମୁହଁରେ ହସ ଦେଖିବା ପାଇଁ ଏହି ଅନୁଷ୍ଠାନର ଉଦ୍ଯମ ଜାରି ରହିଛି ।

ଏହି କାର୍ଯ୍ୟକ୍ରମରେ ସମ୍ପାଦିକା ପଦ୍ମିନୀ ବେହେରା, ଲିଳୀତା ପାତ୍ର,ଛବି ମହାରଣା, ତୁଳସୀ ପ୍ରଧାନ ,ପିଙ୍କି ମଲ୍ଲିକ ,ଶୁଭ ବେଜ,ଶର୍ମିଲା ମହାରଣା , ଗୌରାଙ୍ଗ ସାହା ପ୍ରମୁଖ ସହଯୋଗ କରିଥିଲେ । ପେଣ୍ଠକଟା ଅଞ୍ଚଳବାସୀ ମହିଳା ମାନେ ଖୁସିରେ ଏହି କାର୍ଯ୍ୟକ୍ରମକୁ ସ୍ବାଗତ କରିବା ସହ ବସ୍ତ୍ର ପରିଧାନ କରି ଆନନ୍ଦିତ ହୋଇଥିଲେ ।

Exit mobile version