ଖୋର୍ଦ୍ଧାରୋଡ ରେଳ ମଣ୍ଡଳ ଦ୍ୱାରା ଆନ୍ତଃ-ରେଳ ମଣ୍ଡଳ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ

ଖୋର୍ଦ୍ଧା-ଜଟଣୀ  (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଖୋର୍ଦ୍ଧାରୋଡ ରେଳ ମଣ୍ଡଳ ଡିଭିଜନାଲ କଲଚରାଲ୍ ଆସୋସିଏସନ୍ ଅନୁକୁଲ୍ୟରେ ଆୟୋଜିତ ଆନ୍ତଃ-ରେଳ ମଣ୍ଡଳ ସାଂସ୍କୃତିକ ପ୍ରତିଯୋଗିତା (ସଙ୍ଗୀତ) ୨୦୨୫ ଆଜି ଖୋର୍ଦ୍ଧାରୋଡ ସ୍ଥିତ ରେଲୱେ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତଟ ରେଳପଥର ଉଜ୍ଜ୍ୱଳ ସଙ୍ଗୀତ ପ୍ରତିଭା ପ୍ରଦର୍ଶନ କରାଯାଇଥିଲା। ଖୋର୍ଦ୍ଧାରୋଡ, ସମ୍ବଲପୁର ଓ ୱାଲଟିୟର ରେଳ ମଣ୍ଡଳର ସାଂସ୍କୃତିକ ଦଳଗୁଡ଼ିକ ସହିତ ରେଳପଥ ମୁଖ୍ୟାଳୟ ଏବଂ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନାର ସାଂସ୍କୃତିକ ଦଳଗୁଡ଼ିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।

ଅଂଶ ଗ୍ରହଣକାରୀ ମାନେ ବିଭିନ୍ନ ପ୍ରକାରର ସଙ୍ଗୀତ ପ୍ରଦର୍ଶନ କରିଥିଲେ, ଯାହା ରେଳବାଇ ଭାଇଚାରା ମଧ୍ୟରେ ସମୃଦ୍ଧ ସାଂସ୍କୃତିକ ବିବିଧତାକୁ ପ୍ରତିଫଳିତ କରିଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା) ଶ୍ରୀ ପ୍ରଦୀପ କୁମାର ବେହରା ଯୋଗଦାନ କରିଥିବା ବେଳେ ଅନ୍ୟତମ ଅତିଥି ଭାବରେ ଖୋର୍ଦ୍ଧାରୋଡ ରେଳ ମଣ୍ଡଳ ମହିଳା କଲ୍ୟାଣ ସଂଗଠନର ଉପ ସଭାପତି ଶ୍ରୀମତୀ ଲିନାଶ୍ରୀ ବେହେରା ଏବଂ ଖୋର୍ଦ୍ଧାରୋଡ ରେଳ ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଭିତ୍ତିଭୂମି)ଶ୍ରୀ ଦିବ୍ୟଜ୍ୟୋତି ମଣ୍ଡଳ ସାମିଲ ହୋଇଥିଲେ।

ସମାବେଶକୁ ସମ୍ବୋଧିତ କରି ମୁଖ୍ୟ ଅତିଥି ଶ୍ରୀ ବେହେରା ରେଳମଣ୍ଡଳ ସାଂସ୍କୃତିକ ସଂଗଠନର ପ୍ରୟାସ ଏବଂ ଅଂଶ ଗ୍ରହଣକାରୀ ମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପ୍ରଶଂସା କରିଥିଲେ। ବିଭିନ୍ନ ବିଭାଗରେ ସମନ୍ୱୟ, ପ୍ରେରଣା ଏବଂ ଏକ ସକାରାତ୍ମକ କାର୍ଯ୍ୟ ପରିବେଶକୁ ପ୍ରୋତ୍ସାହିତ କରିବାରେ ଏପରି କାର୍ଯ୍ୟକ୍ରମର ଭୂମିକା ଉପରେ ମଧ୍ୟ ଶ୍ରୀ ବେହେରା ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମଟି ରେଳ ମଣ୍ଡଳ ସାଂସ୍କୃତିକ ସଂଗଠନର କାର୍ଯ୍ୟନିର୍ବାହୀ ସଚିବ ତଥା ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳର ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ଶ୍ରୀ ଆର.ଏନ.ଏ. ପରିଡାଙ୍କ ଉଦ୍ଘାଟନୀ ଅଭିଭାଷଣ ସହିତ ଆରମ୍ଭ ହୋଇଥିଲା

ଯେଉଁଥିରେ ସୃଜନଶୀଳତା, ଏକତା ଏବଂ କର୍ମଚାରୀ କଲ୍ୟାଣକୁ ପ୍ରୋତ୍ସାହିତ କରିବାରେ ସାଂସ୍କୃତିକ କାର୍ଯ୍ୟକଳାପର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା । ବିଭିନ୍ନ ସଂଗୀତ ବର୍ଗର ବିଜେତା ମାନଙ୍କୁ ସେମାନଙ୍କର ଅସାଧାରଣ ପ୍ରତିଭା ଏବଂ ଅବଦାନ ପାଇଁ ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ କର୍ମଚାରୀ ମାନଙ୍କ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ଉତ୍ସାହିତ କରି ଆସୁଥିବା ବେଳେ ଦଳଗତ ମନୋଭାବକୁ ସୁଦୃଢ଼ କରି ପୂର୍ବ ତଟ ରେଳପଥର ସାଂସ୍କୃତିକ ଗଠନକୁ ମଜବୁତ କରୁଅଛି ।

Exit mobile version