Home ଓଡ଼ିଶା ପିଏମ .ଶ୍ରୀ ବିଦ୍ୟାଳୟରେ ଜେ. ଆର୍. ସି. ର ତାଲିମ୍ ଶିବିର by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଗଜପତି ଜିଲ୍ଲାର ଆର, ଉଦୟଗିରି ବ୍ଲକ ଅନ୍ତର୍ଗତ ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, କେ. ଏମ ଭାଲିଆସାହି ଠାରେ ରାଜ୍ୟ ତଥା ଜିଲ୍ଲା ଜୁନିଅର ରେଡକ୍ରସ ମିଳିତ ଆନୁକୂଲ୍ୟରେ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅନୁମୋଦନ କ୍ରମେ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଓ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ନେତୃତ୍ୱରେ ଆର, ଉଦୟଗିରି ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ପରାମର୍ଶଦାତା ମାନଙ୍କୁ ନେଇ ଆଜି ତାଲିମ ପ୍ରଦାନ କରାଯାଇଥିଲା । ଏହି ତାଲିମ ଶିବିରରେ ସମୁଦାୟ 17 ଜଣ ପରାମର୍ଶ ଦାତା ଯୋଗଦାନ କରିଥିଲେ । ରେଡକ୍ରସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସହ ପ୍ରାଥମିକ ଉପଚାର, ପ୍ରାକୃତିକ ବିପର୍ଯୟ, ରକ୍ତଦାନ, ସଡକ ସୁରକ୍ଷା, ବିଦ୍ୟାଳୟ ସୁରକ୍ଷା, ରକ୍ତସ୍ରାବ, ଅସ୍ଥି ଭଙ୍ଗ, ବଜ୍ରପାତ, ସାପକାମୁଡା, CPR ଅଭ୍ୟାସ ଓ ରେଡକ୍ରସର ଲକ୍ଷ୍ୟ ଓ କାର୍ଯ୍ୟ ଆଦି ବିଷୟରେ ପରାମର୍ଶ ଦାତା ମାନଙ୍କୁ ବିଶେଷ ଭାବେ ଶିକ୍ଷାଦାନ ଦିଆଯାଇଥିଲା । ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ସଂଜୀବ କୁମାର ଦାସ, ଜିଲ୍ଲା ଜୁନିଅର ରେଡକ୍ରସ ସମ୍ବଳ ସାଧନ କର୍ମୀ ପ୍ରହ୍ଲାଦ ଶିଅଳ,ଜିଲ୍ଲା ଜୁନିଅର ରେଡକ୍ରସ ସମ୍ବଳ ସାଧନ କର୍ମୀ ମୁକ୍ତିକାନ୍ତ ମଲ୍ଲିକ୍ ଯୋଗଦାନ କରି ପରାମର୍ଶ ଦାତା ମାନଙ୍କୁ ବିଭିନ୍ନ ବିଷୟରେ ଶିକ୍ଷା ପ୍ରଦାନ କରିଥିଲେ । ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ସମସ୍ତ ପରାମର୍ଶ ଦାତା ମାନେ ଆଗ୍ରହର ସହିତ ପ୍ରଶିକ୍ଷଣକୁ ଗ୍ରହଣ କରିବା ସହ ବିଭିନ୍ନ ବିଷୟରେ ଜାଣିବାକୁ ପାଇଥିଲେ । ପରିଶେଷରେ ପରାମର୍ଶଦାତାମାନେ ଏଭଳି ଏକ ପ୍ରଶିକ୍ଷଣ ପାଇଁ ଖୁସି ହେବା ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରହ୍ଲାଦ ଶିଅଳ ଓ ବରିଷ୍ଠ ଶିକ୍ଷକ ରାମଚନ୍ଦ୍ର ଦଳବେହେରାଙ୍କ ସହିତ ସମସ୍ତ କର୍ମୀ ରାଜ୍ୟ ଓ ଜିଲ୍ଲା ଜୁନିଅର ରେଡକ୍ରସକୁ ଧନ୍ୟବାଦ ଅର୍ପଣ କରିଥିଲେ। ଜେ. ଆର. ସି. କହେ ତିନୋଟି କଥା ସ୍ୱାସ୍ଥ୍ୟ, ସେବା ଓ ବିଶ୍ୱବନ୍ଧୁତା l Categories: ଓଡ଼ିଶା, ଗଜପତି, ହୋମ୍ Related Content ଏକ ଦିବସୀୟ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ by Proprietor Abhimanyu Maharana August 3, 2026 ନୟାଗଡ଼ ଜିଲ୍ଲାର ସାହିତ୍ୟିକ ପରିଚୟ ପୁସ୍ତକ ଲୋକାର୍ପିତ by Proprietor Abhimanyu Maharana August 3, 2026 ପୁରୀ ଜିଲ୍ଲା ରେ ୧୪ ଟି ପଞ୍ଚାୟତ ର ୧୯ ଟି ଗ୍ରାମ ବନ୍ୟା ପ୍ରଭାବିତ by Proprietor Abhimanyu Maharana August 3, 2026 ଜ୍ଞାନ ବିଜ୍ଞାନ ମେଳା by Proprietor Abhimanyu Maharana August 3, 2026 ଦେବୀ ନଦୀର କଣ୍ଟିସାଳ ଠାରେ ବନ୍ଧରୁ ଖସୁଛି ଅତଡ଼ା : ଭୟବିତ ଗ୍ରାମବାସୀ by Proprietor Abhimanyu Maharana August 3, 2026 TANISHQ INTRODUCES DIAMOND EXPERTISE CENTRE ACROSS THREE STORES IN ODISHA, REDEFINING TRANSPARENCY IN DIAMOND BUYING by Proprietor Abhimanyu Maharana August 3, 2026