Home ଓଡ଼ିଶା ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ : ଯୌତୁକ ନିବାରଣ ଅଧିନିୟମ ଆଇନ, ୧୯୬୧ ତାଲିମ ଶିବିର by Proprietor Abhimanyu Maharana 11 months ago Share on FacebookShare on TwitterWhatsapp ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ, ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ : ଯୌତୁକ ନିବାରଣ ଅଧିନିୟମ ଆଇନ, ୧୯୬୧ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରୋଗ୍ରାମ ଅଫିସର ଇନ୍ଦିରା ପ୍ରଧାନ, ପିଓ କମ ପିଓ ଟି.ଜୟାଲକ୍ଷ୍ମୀ , ଜିଲ୍ଲା ସଞ୍ଜଜକ ମହିଳା ସଶକ୍ତିକରଣ ମନି ମୋହନ ସରକାର ଉପସ୍ଥିତ ରହି ଜିଲ୍ଲାରେ ଯେପରି କୌଣସି ମହିଳା ଯୌତୁକ ପ୍ରଥା ପାଇଁ ପୀଡିତ ନ ହୁଅନ୍ତୁ ଏବଂ ଜିଲ୍ଲା ରେ ଗାଁ ଗାଁ ରେ ମହିଳା ମାନଙ୍କୁ ସଚେତନ କରିବାକୁ କହିଥିଲେ । ଏହି କାର୍ଯ୍ୟକ୍ରମରେ ସିଡ଼ିପିଓ, ସୁପରଭାଇଜର ଓ ଜ଼ିଲ୍ଲା ର ସମସ୍ତ ମହିଳା ପୋଲିସ ସହାୟକ ଡେସ୍କ ର ସଦସ୍ୟ ମାନେ ଉପସ୍ଥିତ ଥିଲେ । ଶକ୍ତି ସଦନ କର୍ମଚାରି , ଓଂଷ୍ଟାଫ୍ ର କର୍ମଚାରି, ସ୍ୱୟଂ ସହାୟକ ଗୋଷ୍ଠୀ , ପୂଜକ ଓ ପଣ୍ଡିତ, ଡିଏଲଏସ୍ କର୍ମଚାରୀ ବୃନ୍ଦ , ବିଭିନ୍ନ କଲେଜ୍ ର କର୍ମଚାରି ବୃନ୍ଦ, ଛାତ୍ର ସଂଘ , ଜିଲ୍ଲା ମହିଳା ସଶକ୍ତି କରଣ କେନ୍ଦ୍ର କର୍ମଚାରି ଉପସ୍ଥିତ ଥିଲେ । ଏହି ଶିବିର ରେ ଅଶୋକ କୁମାର ପଟ୍ଟନIୟକ (ଚିଫ୍ ଲିଗାଲ ଡିଫେନ୍ସ କାଉନସେଲର) , ଡିଏସପି ମମତା ପାଣିଗ୍ରାହୀ ଯୌତୁକ ନିବାରଣ ଅଧିନିୟମ ଆଇନ, ୧୯୬୧ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ବିଭାଗର କର୍ମଚାରୀ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ସଡ଼କ ଦୁର୍ଘଟଣାରେ ବାୟୁସେନା ଯୁବ ସୈନିକ ମୃତ୍ୟୁ by Proprietor Abhimanyu Maharana October 24, 2026 ସାଇ ବାବାଙ୍କ ତିରୋଧାନ ଦିବସ ମହୋତ୍ସବ by Proprietor Abhimanyu Maharana October 24, 2026 Axis Bank Freezes Bhubaneswar Firm’s Account for Over 15 Days Despite High Court Relief by Proprietor Abhimanyu Maharana October 24, 2026 କୋର୍ଟ ନିର୍ଦ୍ଦେଶ ସତ୍ୱେ ଚାଲୁ ହେଲାନି ବ୍ୟାଙ୍କ ଖାତା, ଆକ୍ସିସ୍ ବ୍ୟାଙ୍କ ଭୂମିକାକୁନେଇ ଅସନ୍ତୋଷ by Proprietor Abhimanyu Maharana October 24, 2026 ୫୬ତମ ଓଡ଼ିଶା ରାଜ୍ୟ ସିନିୟର ଖୋ ଖୋ ଚାମ୍ପିଅନସିପ୍ ୨୦୨୬ରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋ ହାଇ ପରଫରମାନ୍ସ ସେଣ୍ଟର ଆଥଲେଟ୍ ଙ୍କ ଉତ୍କୃଷ୍ଟ ପ୍ରଦର୍ଶନ by Proprietor Abhimanyu Maharana October 24, 2026 Odisha AM/NS India Kho Kho High Performance Centre athletes excel at 56th Odisha State Senior Kho Kho Championship 2026 by Proprietor Abhimanyu Maharana October 24, 2026