ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ସେବା, ସାହାଯ୍ୟ କରିବା ମନବୃତ୍ତି ରଖି କାର୍ଯ୍ୟ କଲେ ପୁରସ୍କାର ଆପେ ଆପେ ଆସିଥାଏ | ଏଭଳି ଘଟଣା ଘଟିଛି ମୋନାଲିସା ଜେନା ଙ୍କ କ୍ଷେତ୍ରରେ | କଲେଜ ରେ ପଢିବା ଦିନ ଠାରୁ ସ୍ଵ ଇଛା ରେ ସାମାଜିକ କାର୍ଯ୍ୟ କରିଆସୁଛନ୍ତି|ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ର ସ୍ୱେଚ୍ଛାସେବୀ ମୋନାଲିସା ଜେନା ଉତ୍କଳ ବିଶ୍ୱବଦ୍ୟାଳୟର ୮୩ ତମ ପ୍ରତିଷ୍ଠା ଦିବସ ରେ ସରସ୍ଵତୀ ରାୟ ସ୍ଵର୍ଣ୍ଣ ପଦକ -୨୦୨୫ ହାସଲ କରିଛନ୍ତି |
ଉତ୍କଳ ବିଶ୍ୱବଦ୍ୟାଳୟର ଜାତୀୟ ସେବା ଯୋଜନା ର ସର୍ବ ଶ୍ରେଷ୍ଠ ମହିଳା ସ୍ୱେଚ୍ଛାସେବୀ ଭାବେ ପ୍ରଥମ ଥର ଏହି ପଦକ ହାସଲ କରି ଅନୁଷ୍ଠାନ ଓ ଜିଲ୍ଲା ପାଇଁ ଗର୍ବ ଆଣି ଦେଇଛନ୍ତି | ପୁରସ୍କାର ମଞ୍ଚ ରେ ଉତ୍କଳ ବିଶ୍ୱବିଦ୍ୟାଳୟ ର ଭି ସି ଓ ରେଜିଷ୍ଟାର, ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟ ର ଭି ସି, ଲେକଚରଗଣ, ବିଭିନ୍ନ କଲେଜ ରୁ ଆସିଥିବା ଛାତ୍ରଛାତ୍ରୀ, ବିଶ୍ୱବିଦ୍ୟାଳୟ ର ଛାତ୍ରଛାତ୍ରମାନେ ଉପସ୍ଥିତ ଥିଲେ |
