ନୂଆ ଡିଏସଏସଓ ଯୋଗଦେଲେ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ପୁରୀଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ଭାବେ ନମିତା ଚାନ୍ଦ ଯୋଗଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି ।ଯୋଗ ଦେବା ପରେ ଆମ ପ୍ରତିନିଧିଙ୍କୁ କହିଛନ୍ତି ପୁରୀ ହେଉଛି ଜଗନ୍ନାଥଙ୍କ ଧାମ । ସେବା ସମର୍ପଣ ଓ ସହାନୁଭୂତି ଏହି କ୍ଷେତ୍ରର ମାହାତ୍ମ୍ୟ ।

ପୁରୀରେ ଯୋଗଦେଇ ସେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି ।ଭିନ୍ନକ୍ଷମଙ୍କ ଭତ୍ତା, ବରିଷ୍ଠ ନାଗରିକ, ବିଧବା ମହିଳା, ପରିବାର କଲ୍ୟାଣ ଯୋଜନା,ତୃତୀୟ ଲିଙ୍ଗ ବ୍ଯକ୍ତି ମାନଙ୍କ କିପରି ଶିଘ୍ର କରାଯିବ ସେ ସମ୍ପର୍କରେ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ପୁରୀରେ ଯୋଗଦେବା ପୂର୍ବରୁ ସେ ଗଞ୍ଜାମରେ କାର୍ଯ୍ୟରତ ଥିଲେ ।

Exit mobile version