Home ଓଡ଼ିଶା ସତ୍ୟବାଦୀ ରେ ପାନୀୟ ଜଳ ବିବାଦ by Proprietor Abhimanyu Maharana 5 months ago Share on FacebookShare on TwitterWhatsapp ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ରାଜକିଶୋର ସେନାପତି – ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଶାଣ୍ଡାରା ପଞ୍ଚାୟତ ର ବଡ଼ ଭୀମ ଦାସ ପୁର ଗାଁ ମୁଣ୍ଡ ରେ ବସୁଧା ଯୋଜନା ରେ ୨୦୧୯ ମସିହାରେ ନିର୍ମିତ ହୋଇଥିବା ଏକ ଲକ୍ଷ ଲିଟର ବିଶିଷ୍ଟ ପାଣି ଟାଙ୍କି ନିର୍ମିତ ହୋଇଅଛି l ବର୍ତ୍ତମାନ ୪ ଟି ଗାଁ ବଡ଼ ଭୀମଦାସ ପୁର, ସାମନ୍ତରା ପୁର, ଜୟ ରାମ ପୁର, ମଝିକେରା ଗାଁ ଲୋକେ ନେଉଛନ୍ତି ପାଣି l ଏହି ପାଣି ଟାଙ୍କି ୪ ଗୋଟି ଗ୍ରାମର ଜନସାଧାରଣ ଙ୍କ ନିମନ୍ତେ ଉଦ୍ଦିଷ୍ଟ l ଏହି ପାଣି ଟାଙ୍କିର କ୍ଷମତା ଏହି ୪ ଗୋଟି ଗ୍ରାମକୁ ପାନୀୟ ଜଳ ଯୋଗାଣ କରି ପାରିବ l ଆଉ ଅଧିକ ଗ୍ରାମ ସଂଯୋଗ ଏହି ପାଣି ଟାଙ୍କି କ୍ଷମତା ପରିସରରେ ନାହିଁ l କିନ୍ତୁ ବଡ଼ ଭୀମ ଦାସ ପୁର ଗାଁ ଲୋକ ଙ୍କ ଅଭିଯୋଗ ଅନୁସାରେ ପାଣି ଟାଙ୍କିରୁ ଜୋର ଜବରଦସ୍ତ ନୂଆ ସାହି, ଶାଣ୍ଡରା, ବାଲିହୁଡ଼ା, ସାନ ଭୀମ ଦାସ ପୁର ଗାଁ ଲୋକେ ଏହି ପାଣି ଟାଙ୍କିରୁ ନିଜ ଗାଁ କୁ ପାଣି ନେବା ପାଇଁ ଜୋର ଜବରଦସ୍ତ ଉଦ୍ୟମ କରିଥିଲେ l ଫଳରେ ବଡ଼ ଭୀମ ଦାସ ପୁର, ସାମନ୍ତରା ପୁର, ଜୟରାମ ପୁର ଓ ମଝିକେରା ଗ୍ରାମବାସୀ ମାନ୍ୟବର ଉଚ୍ଚ ନ୍ୟାୟାଳୟ କଟକ, ଓଡିଶା ଙ୍କ ଇଜିଲାସରେ ଡବ୍ଲୁ ପି ସି ୭୪୮୬/୨୦୨୫ ଓ ପୁରୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ୧୪/୨୦୨୫ ନମ୍ବର ରେ ଦୁଇ ଗୋଟି ମୋକଦ୍ଦମା ରୁଜୁ କରିଛନ୍ତି l ମାମଲା ବିଚରାଧୀନ ରହିଅଛି l ହଠାତ ଆଜି ସକାଳେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟ, ସାକ୍ଷୀଗୋପାଳ ର କନିଷ୍ଠ ଯନ୍ତ୍ରୀ, ସତ୍ୟବାଦୀ ପୋଲିସ ଜେସିବି ମେସିନ ସହିତ ଘଟଣା ସ୍ଥଳରେ ପହଞ୍ଚିଥିଲେ l ମାଟି ଖୋଳି ନୂତନ ପାଇପ ସଂଯୋଗ କରିବା ନିମନ୍ତେ କାର୍ଯ୍ୟ ଆରମ୍ଭ କରିଥିଲେ l ବଡ଼ ଭୀମ ଦାସ ପୁର ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ l ଏହି ବିରୋଧ ଖବର ପାଇ ନୂଆ ସାହି, ସାଣ୍ଢରା,ବାଲିହୁଡା ଓ ସାନ ଭୀମ ଦାସ ପୁର ଏହି ୪ ଟି ଗାଁ ଲୋକେ ଏକ ତ୍ରିତ ହୋଇ ବଡ଼ ଭୀମ ଦାସ ପୁର ପାଣି ଟାଙ୍କି ନିକଟରେ ପହଞ୍ଚିଥିଲେ l ପରେ ବଡ଼ ଭୀମ ଦାସ ପୁର, ସାମନ୍ତରା ପୁର, ଜୟରାମ ପୁର ଓ ମଝିକେରା ଗ୍ରାମବାସୀ ମିଳିତ ଭାବରେ ଏହାକୁ ବିରୋଧ କରିଥିଲେ l ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା l ସପକ୍ଷ ବାଦୀ ଓ ବିପକ୍ଷ ବାଦୀ ୮ ଗୋଟି ଗ୍ରାମବାସୀ ମୁହାଁ ମୁଁହିଁ ହେବା ଶହ ଗଣ୍ଡଗୋଳ ଓ ଧସ୍ତାଧସ୍ତି ଆରମ୍ଭ ହୋଇ ଯାଇଥିଲା l ଅପରାହ୍ନ ୧ ଘଣ୍ଟା ଠାରୁ ଅପରାହ୍ନ ୩ ଟା ମଧ୍ୟରେ ହୋଇଥିବା ଏହି ଗଣ୍ଡଗୋଳ ରେ ବାଉଁଶ ଓ ଟେକା ମାଡ଼ରେ ବଡ଼ ଭୀମ ଦାସ ପୁର ଗ୍ରାମର ପ୍ରହଲ୍ଲାଦ ପ୍ରଧାନ ୫୩, ବିଶ୍ୱନାଥ ବରାଳ ୫୫, ୱାର୍ଡ ସଭ୍ୟା ରୀନା ସେଠୀ ୪୨,ବାଦଲ ସ୍ୱାଇଁ ୨୩ ପ୍ରମୁଖ ୪ ଜଣ ଆହତ ହୋଇ ଚିକିତ୍ସା ନିମନ୍ତେ ସାକ୍ଷୀଗୋପାଳ ଡାକ୍ତରଖାନା ରେ ଭର୍ତ୍ତି ହୋଇଥିଲେ l ଅବସ୍ଥା ଗୁରୁତର ଥିବାରୁ ପ୍ରହଲ୍ଲାଦ ପ୍ରଧାନ ଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପୁରୀ ସ୍ଥାନାନ୍ତର କରା ଯାଇଅଛି l ଘଟଣା ସ୍ଥଳରେ ସତ୍ୟବାଦୀ ଥାନା ଆଇ ଆଇ ସି ବିଜୟ କେତନ ବେହେରା ପହଞ୍ଚିଥିଲେ l ଉଭୟ ପକ୍ଷ ଙ୍କୁ ବୁଝାସୁଝା କରିଥିଲେ l ବର୍ତ୍ତମାନ ଏହି ଘଟଣା ସତ୍ୟବାଦୀ ଥାନାରେ ଉଭୟ ପକ୍ଷ ଙ୍କ ଉପସ୍ଥିତି ରେ ଆଲୋଚନା ଚାଲିଅଛି l Categories: ଓଡ଼ିଶା, ପୁରୀ, ହୋମ୍ Related Content ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ by Proprietor Abhimanyu Maharana May 1, 2026 ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା by Proprietor Abhimanyu Maharana May 1, 2026 ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ by Proprietor Abhimanyu Maharana May 1, 2026 ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା by Proprietor Abhimanyu Maharana May 1, 2026 ୟୁ.କେ. ଓଡ଼ିଶା ସାମଜ ପକ୍ଷରୁ ସପ୍ତମ ଉତ୍କଳ ଦିବସ ପାଳନ by Proprietor Abhimanyu Maharana May 1, 2026 Odisha Society of UK Celebrates Seventh Utkal Dibas by Proprietor Abhimanyu Maharana May 1, 2026