ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ରାଜ୍ୟରେ ୮ଲକ୍ଷ ୧୬ ହଜାର ହିତାଧିକାରୀଙ୍କ ରାସନ କାର୍ଡ କଟିଛି । ୯୬ ପ୍ରତିଶତ ଇ-କେୱାଇସି ଶେଷ ହୋଇଛି । ୮ ଲକ୍ଷରୁ ଅଧିକ ରାସନ କାର୍ଡ କଟିଛି ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ବିଧାନସଭାରେ ମନ୍ତ୍ରୀ ବିବୃତି ଦେଇ କହିଥିଲେ, ଗତ ୧୫ ମାସ ସରକାରରେ ଇ-କେୱାଇସି ଲାଗୁ କରିଥିଲେ । ୯୬% ହିତାଧିକାରୀ ଇ-କେୱାଇସି କରିଛନ୍ତି । କେବଳ ୪% ଇ-କେୱାଇସି କରିନାହାନ୍ତି ।
ଇ-କେୱାଇସି କରି ନ ଥିବା ହିତାଧିକାରୀଙ୍କ ମଧ୍ୟରୁ ୬ ଲକ୍ଷ ୯୫ ହଜାର ୫୩୦ ଜଣ ମୃତ । ୭୫ ହଜାର ୩୦ ଜଣ ସରକାରୀ ଚାକିରିଆ ଏବଂ ୪୫ ହଜାର ୪୯୬ ଜଣ ଆୟକର ଦାତାଙ୍କୁ ମିଶାଇ ମୋଟ ୮ ଲକ୍ଷ ୧୬ ହଜାର ୫୬ ଜଣଙ୍କ ରାସନ କାର୍ଡ କଟିଛି । ଗରିବଙ୍କ ରାସନ କାର୍ଡ କଟିନି । ପୋର୍ଟାଲରେ ଆବେଦନ କଲେ ଯାଞ୍ଚ ହେବ । ଏହାବ୍ୟତୀତ ଗ୍ରାମାଞ୍ଚଳରେ ୧୩ ଲକ୍ଷ ୫୦ ଏବଂ ସହରାଞ୍ଚଳରେ ୧ ଲକ୍ଷ ୫୦ ଜଣଙ୍କୁ କାର୍ଡ ଦିଆଯିବ ।
