Home ଓଡ଼ିଶା ଓଡ଼ିଶା ସଚିବାଳୟ ଲେଖକ ପରିଷଦର ମାସିକ ସାରସ୍ୱତ ଆସରରେ କବି ରାଜେନ୍ଦ୍ର କିଶୋର ପଣ୍ଡା ଓ ସୁକାନ୍ତ ସୁବୁଦ୍ଧିଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଓଡ଼ିଶା ସଚିବାଳୟ ଲେଖକ ପରିଷଦର ନଭେମ୍ବର ମାସର ସ୍ୱାରସ୍ବତ ଆସର ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନିକଟରେ ଇହଲୀଳା ସମ୍ବରଣ କରିଥିବା ପ୍ରଖ୍ୟାତ କବି ରାଜେନ୍ଦ୍ର କିଶୋର ପଣ୍ଡା ଓ ପରିଷଦର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ସଭାପତି ସୁକାନ୍ତ ସୁବୁଦ୍ଧିଙ୍କ ଅମର ଆତ୍ମାର ସଦଗତି ପାଇଁ ସମସ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଜଣାଶୁଣା ଗାଳ୍ପିକା ବିଜନବାଳା ପାଟଯୋଷି ସ୍ବର୍ଗତ ପଣ୍ଡାଙ୍କର ସ୍ମୃତି ଚାରଣ କଲାପରେ ତାଙ୍କ ସଂଯୋଜନାରେ ସ୍ୱର୍ଗତ ପଣ୍ଡାଙ୍କ ରଚିତ କବିତା ଶ୍ରଦ୍ଧାଞ୍ଜଳି ସ୍ୱରୂପ ପଠନ କରାଯାଇଥିଲା । ପରେ ପରେ ସାଧାରଣ ସମ୍ପାଦକ ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ ପରିଷଦର ପୂର୍ବତନ ସଭାପତି ସ୍ବର୍ଗତ ସୁବୁଦ୍ଧିଙ୍କ ସ୍ମୃତିଚାରଣ କରିବା ସହିତ ଲେଖକ ପରିଷଦ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ତାପରେ ସ୍ୱର୍ଗତ ସୁବୁଦ୍ଧିଙ୍କ ଲିଖିତ କବିତା ପାଠ କରାଯାଇଥିଲା । ପୂର୍ବତନ ଯୁଗ୍ମ ଶାସନ ସଚିବ ବନ୍ଦିତା ଦାଶ,ପୁଷ୍ପାଞ୍ଜଳି ବିଶୋୟୀ,ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ ,ବିଜନବାଳା ପାଟଯୋଷି , ସୁଶାନ୍ତ ଧର ,ମୌସୁମୀ ଦାଶ , ରଶ୍ମିତା ମହାନ୍ତ ନିବେଦିତା ବେହେରା କବିତା ପାଠରେ ଅଂଶଗ୍ରହଣ କରିଥିଲେ । ସହଯୋଗ କରିଥିଲେ ସଚିବାଳୟ ସେବା ସଙ୍ଘର ଉପ ସଭାପତି ବିଜୟ ସ୍ୱରୂପ ପଣ୍ଡା । ପ୍ରକାଶ ଥାଉକି ଓଡ଼ିଶା ସଚିବାଳୟ ଲେଖକ ୧୯୭୭ ମସିହାଠାରୁ ନିରନ୍ତର ଭାବେ ସାହିତ୍ୟର ପ୍ରଚାର ଓ ପ୍ରସାର କରି ଆସୁଅଛି । ନିୟମିତ ଭାବେ ମାସିକ ସାହିତ୍ୟ ସଭା ଆୟୋଜନ କରି ସଚିବାଳୟରେ କାର୍ଯ୍ୟ କରୁଥିବା ଲେଖକ / ଲେଖିକା ,ପାଠକ/ପାଠିକାଙ୍କୁ ଏକାଠି ବାନ୍ଧି ରଖିବାର ପ୍ରୟାସ ଜାରି ରଖିଛି । Categories: ଓଡ଼ିଶା, ଖୋର୍ଦ୍ଧା, ମନୋରଞ୍ଜନ, ମହାନଗର, ହୋମ୍ Related Content ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 30, 2026 ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026