ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ଓ ଜମ୍ମୁକାଶ୍ମୀର ସରକାରଙ୍କ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର କରାଯାଇଛି । ଜମ୍ମୁକାଶ୍ମୀରର ଏମ୍ଏସଏମଇଗୁଡିକ ମଧ୍ୟରେ, ଏନଏସଇ ଏମର୍ଜର ବ୍ୟବହାର କରି ଆଇପିଓ ମେକାନିଜିମ ମାଧ୍ୟମରେ ପାଣ୍ଠି ହାସଲ କରିବା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଚୁକ୍ତି ସ୍ୱାକ୍ଷର ହୋଇଛି । ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବ୍ଦୁଲ୍ଲାଙ୍କ ଉପସ୍ଥିତିରେ ଜମ୍ମୁର ଶିଳ୍ପ ଓ ବାଣିଜ୍ୟ ବିଭାଗର ନିର୍ଦ୍ଦେଶକ ଶ୍ରୀ ଅରୁଣ ମନହାସ, କାଶ୍ମୀରର ଶିଳ୍ପ ଓ ବାଣିଜ୍ୟ ବିଭାଗର ନିର୍ଦ୍ଦେଶକ ଖାଲିଦ ମାଜିଦ ଏବଂ ଏନଏସଇର ବରିଷ୍ଠ ଉପାଧ୍ୟକ୍ଷ ଶ୍ରୀ କ୍ରିଷ୍ଣନ ଆୟରଙ୍କ ମଧ୍ୟରେ ଜମ୍ମୁରେ ଏହି ବୁଝାମଣାପତ୍ରର ଆଦାନପ୍ରଦାନ ହୋଇଥିଲା ।
