ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ହାଇଦ୍ରାବାଦ ଅଞ୍ଚଳ ଇଟା ଭାଟି କୁ ଇଟା ଗଢ଼ିବାକୁ ପଠାଇବାକୁ ଆଣୁଥିବା ବେଳେ ଶ୍ରମ ଅଧୂକାରୀ ଓ ପୁଲିସ ଦାଦନ ଶ୍ରମିକଙ୍କୁ ଅଟକାଇ କାଗଜ ପତ୍ର ଯାଞ୍ଚ କରିଥିଲେ । ବିନା କାଗଜ ପତ୍ରରେ ଚାଲାଣ ବେଳେ ସର୍ଦାର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।
ତେବେ ପୋଲିସ ୪ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି। ଉଦ୍ଧାର ଶ୍ରମିକ ମାନେ ବେଲପଡା ଥାନା ଅନୁର୍ଗତ ମାଲପଡ଼ା ଗାଁର ବୋଲି ଜଣାପଡ଼ିଛି । ସର୍ଦାର ବେଲପଡା ଥାନା ତଅଁଳା ଗାଁର ଟେଡ଼କା ଦୀପ ବୋଲି ପୁଲିସ ସୂଚନା ଦେଇଛି । କଣ୍ଟାବାଞ୍ଜି ପୁଲିସ ଅତିରିକୁ ଶ୍ରମ ଅଧୂକାରୀଙ୍କ ଲିଖୂତ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ୪୨୧/୨୦୨୫ ରୁଜୁ କରି ତଦନ୍ତ ଚଳାଇଥିବା କଣ୍ଟାବାଞ୍ଜି ଥାନା ଅଧିକାରୀ ଗୋପାଳ ଚନ୍ଦ୍ର କର୍ଣ ସୂଚନା ଦେଇଛନ୍ତି ।
