ବାହାଘର ବରଯାତ୍ରୀ ଗାଡ଼ି ଧକ୍କାରେ ବର ବାପାଙ୍କ ମୃତ : ସାରା ଅଞ୍ଚଳ ରେ ଦୁଃଖର ଛାୟା ଖେଳିଯାଇଛି

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) ବଲାଙ୍ଗୀର :- ବଲାଙ୍ଗୀର ଜିଲ୍ଲା ବାହାଘର ଉତ୍ସବରେ ଦୁଃଖର ଛାୟା ଖେଳିଯାଇଛି । ବେଲପଡା ଥାନା ଅନ୍ତର୍ଗତ ମଣ୍ଡଳ ଗାଁରେ ବାହାଘର ବରାତି ଶୋଭାଯାତ୍ରା ଚାଲିଥିବା ସମୟରେ ଏକ ଦୁର୍ଘଟଣା ଘଟିଛି । ବରଯାତ୍ରୀଙ୍କ ଗାଡ଼ି ଧକ୍କାରେ ବରଙ୍କ ବାପାଙ୍କର ଘଟଣାସୁଳରେ ହିଁ ମୃତ୍ୟୁ ଘଟିଛି ।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁଯାୟୀ, ବଲାଙ୍ଗୀର ଅଞ୍ଚଳର ଆମପାଲି ଗାଁରୁ ବାହାଘର ପାଇଁ ବରଯାତ୍ରୀ ମଣ୍ଡଳ ଗାଁକୁ ଆସିଥିଲେ। ବରାତି ପ୍ରୋସେସନ୍ ଚାଲିଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ।ଏହି ଦୁର୍ଘଟଣା ଖବର ପାଇବା ପରେ ବେଲପଡା ପୋଲିସ ଘଟଣାସୁଳରେ ପହଞ୍ଚିଥିଲା । ପୋଲିସ ଦୁର୍ଘଟଣା ଘଟାଇଥିବା ବରଯାତ୍ରୀ ଗାଡ଼ିକୁ ଜବତ କରିଛି ଏବଂ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ସମଗ୍ର ମଣ୍ଡଳ ଗାଁ ଏବଂ ଆମପାଲି ଗାଁରେ ଏବେ ଶୋକର ବାତାବରଣ ଖେଳିଯାଇଛି I

Exit mobile version