76ତମ ସମ୍ଭିଧାନ ଦିବସ ପାଳିତ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଆଜି ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜି ପରିସରରେ 76ତମ ସମ୍ଭିଧାନ ଦିବସ ପାଳନ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ବଲାଙ୍ଗୀର ଜିଲ୍ଲା ଉନ୍ନୟନ କର୍ତ୍ତୃପକ୍ଷ ର ମୁଖ୍ୟ ଉନ୍ନୟନ ଅଧିକାରୀ ଧୀମାନ ତରଣୀ ସୁନା ମୁଖ୍ୟ ଅତିଥି ଏବଂ ବାର ଆସୋସିଏସନ କଣ୍ଟାବାଞ୍ଜି ର ଉପ ସଭାପତି ଆଡ଼ଭୋକେଟ ଧୀମାନ ଅଭି ନାଗ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ l ପ୍ରଥମେ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ କରାଯାଇଥିଲା l

ସଭା ପ୍ରାରମ୍ଭରେ ଅତିଥିମାନେ ସମ୍ଭିଧାନ ର ମୁଖ୍ୟ ଶିଳ୍ପୀ କାର ଡ଼କ୍ଟର ଆମ୍ବେଦକର ଓ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫୋଟୋ ଚିତ୍ରରେ ପୁଷ୍ପ ଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଓ ପରେ ସାମୁହିକ ଭାବେ ଅଧ୍ୟାପକ, ଅଧ୍ୟାପିକା, ସମସ୍ତ ଷ୍ଟାଫ, ଛାତ୍ରୀମାନେ ସମ୍ଭିଧାନ ର ମୁଖବନ୍ଧ ବା ପ୍ରସ୍ତାବନାକୁ ପଠନ କରି ସମ୍ଭିଧାନ ର ଶପଥ ନେଇଥିଲେ l ଓଡ଼ିଆ ବିଭାଗ ର ମୁଖ୍ୟ ଶ୍ରୀ ଯୁଧିଷ୍ଠିର ବେହେରା ସଭାର ସଭାପତିତ୍ୱ କରିଥିଲେ l ରାଜନୀତି ବିଭାଗ ର ମୁଖ୍ୟ ଧୀମାନ ଜିତେନ୍ଦ୍ର ସୁନା ପ୍ରସ୍ତାବନାର ମହତ୍ତ୍ୱ ବିଷୟରେ ଉପସ୍ଥାପନା କରି ଭାରତ ଏକ ସାର୍ବଭୋମତ୍ୱ,

ସମାଜବାଦୀ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ, ସାଧାରଣତନ୍ତ୍ର ରାଷ୍ଟ୍ର ଅଟେ ଏବଂ ଏହାର ସମସ୍ତ ନାଗରିକ ଜାତି ଧର୍ମ ବର୍ଣ୍ଣ ଓ ଲିଙ୍ଗ ନିର୍ବିଶେଷରେ ସମସ୍ତେ ସମାନ ଓ ତେଣୁ ସମସ୍ତେ ସମାନତା, ସ୍ୱତନ୍ତ୍ରତା, ବନ୍ଧୁତ୍ୱ, ନ୍ୟାୟ ଓ ଗାରିମା ପାଇପାରୁଛନ୍ତି ବୋଲି ଉଦବୋଧନ ଦେଇଥିଲେ l ବକ୍ତା ଶ୍ରୀ ଅଭି ନାଗ ନିଜ ମନ୍ତବ୍ୟରେ ନାରୀ ସଶକ୍ତିକରଣ ଦିଗରେ ସମ୍ଭିଧାନ ର ପ୍ରମୁଖ ଭୂମିକା ରହିଛି କିନ୍ତୁ ଆଜି ଭି ନାରୀ ସୁରକ୍ଷିତ ନୁହେଁ lନାରୀ ଆଜି ଭି ସମ୍ଭିଧାନ ବିଷୟରେ ସଚେତନ ହେବା ଜରୁରୀ ବୋଲି ମତ ଦେଇଥିଲେ l ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ରାଜେନ୍ଦ୍ର ପୁରୋହିତ କୌଣସି କାରଣ ବଶତ କାର୍ଯ୍ୟକ୍ରମ ରେ ଉପସ୍ଥିତ ନଥିଲେ ମଧ୍ୟ ଆଭାସୀ ମାଧ୍ୟମରେ ଯୋଗଦାନ କରି ସମ୍ଭିଧାନ ର ଗୁରୁତ୍ୱ ବିଷୟରେ ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ l ମଞ୍ଚରେ ଉପସ୍ଥିତ ଥିବା ଅଧ୍ୟାପକ ଯୁଧିଷ୍ଠିର ବେହେରା ଓ ଅଧ୍ୟାପିକା ଶ୍ରୀମତୀ ସୁନନ୍ଦା ରଥ ସମସ୍ତଙ୍କର ପ୍ରଗତି,

ଉନ୍ନତି ର ମାର୍ଗ ସମ୍ଭିଧାନ ରେ ନିହିତ ଅଛି ବୋଲି ମତ ଦେଇଥିଲେ.ଏହି କାର୍ଯ୍ୟକ୍ରମ କୁ ଇଂରାଜୀ ବିଭାଗ ର ମୁଖ୍ୟ ଶ୍ରୀ ସୋମନାଥ ମେହେର ପରିଚାଳନା କରିଥିଲେ l ପରିଶେଷରେ ସମ୍ଭିଧାନ ଉପଲକ୍ଷେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ l ଶେଷରେ ଶ୍ରୀମତୀ ଧରାଶ୍ରୀ ମହାନ୍ତି ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ I

Exit mobile version