ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ରାଜକିଶୋର ସେନାପତି – ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ର ଠିକାଦାର ମହାସଙ୍ଘର ସତ୍ୟବାଦୀ ଓ କଣାସ ଅଞ୍ଚଳର ଠିକାଦାର ମାନଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅନେକ ଠିକାଦାର ଉପସ୍ଥିତ ହୋଇ ସେମାନଙ୍କ ସମସ୍ୟା ଜଣାଇଥିଲେ ଏବଂ ଉପସ୍ଥିତ ଥିବା ଜିଲ୍ଲା ଓ ରାଜ୍ୟ ସ୍ତରୀୟ ଠିକାଦାର ମାନେ ଉପୁଜୁଥିବା ସମସ୍ୟା ଓ ତାହାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ । ଠିକାଦାର ମାନେ ୧୪.୯୯% ଲେଶେ ରେ କାର୍ଯ୍ୟ କରିବା ଦ୍ବାରା କାର୍ଯ୍ୟର ମାନ ଅତି ନ୍ୟୁନ ହେଉଛି ଏବଂ ଠିକାଦାର ମାନେ ଆର୍ଥିକ ଦୃଷ୍ଟିରୁ ବଡ ହଇରାଣ ମଧ୍ଯ ହେଉଛନ୍ତି ।
ସମୃକ୍ତ ବିଭାଗ ମଧ୍ଯ ଠିକାଦାର ମାନଙ୍କୁ ବିଭିନ୍ନ ସମୟରେ ଅଯଥାରେ ହଇରାଣ ହରକତ କରୁଛନ୍ତି । ତତ ସହିତ ସରକାରୀ ଓ ନେତା ମାନଙ୍କ ସ୍ତରରେ ଠିକାଦାର ମାନଙ୍କ ପାଇଁ ଆଇନରେ ଯେଉଁ ସୁବିଧା ରହିଛି ତାହାକୁ କାର୍ଯ୍ୟକାରୀ କରୁନାହାଁନ୍ତି । ସେଥିପାଇଁ ଠିକାଦାର ମାନେ ଅନେକ ଅସୁବିଧାର ସମୁଖୀନ ହୋଇ ସର୍ବସ୍ବାନ୍ତ ହେଉଛନ୍ତି । ଏଣୁ ତାହାର ସମାଧାନ ପାଇଁ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ଠିକାଦାର ମାନେ ଏକ କମିଟି ଗଠନ କରିଛନ୍ତି ।
