ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍),କୁ କଳିଙ୍ଗ ସେଫ୍ଟି ଏକ୍ସଲେନ୍ସ ନ୍ୟାସନାଲ ଆୱାର୍ଡରେ ‘ପ୍ରିମିୟମ ଗୋଲ୍ଡ’ ବର୍ଗରେ ସମ୍ମାନିତ କରାଯାଇଛି । ନିକଟରେ ନୂଆଦିଲ୍ଲୀସ୍ଥିତ କନଷ୍ଟିଚ୍ୟୁସନ୍ କ୍ଲବ୍ ଅଫ୍ ଇଣ୍ଡିଆରେ ଆୟୋଜିତ ନ୍ୟାସନାଲ ସେଫ୍ଟି କନକ୍ଲେଭ ୨୦୨୫ରେ କମ୍ପାନୀକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
