Home ଓଡ଼ିଶା ଓଡ଼ିଆ ସାହିତ୍ୟ ର ଭିତ୍ତିଭୂମିକୁ ସୁଦୃଢ କରିବାରେ ଯଶୋବନ୍ତ ଦାସଙ୍କ ଅବଦାନ ଚିର ସ୍ମରଣୀୟ by Proprietor Abhimanyu Maharana 11 months ago Share on FacebookShare on TwitterWhatsapp ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ମହାପୁରୁଷ ଯଶୋବନ୍ତ ଦାସ ଜଣେ ସାହିତ୍ୟିକ, ସମାଜ ସଂସ୍କାରକ, ବୈଜ୍ଞାନିକ, ଓ ଜଣେ ଅନୁଭବୀ ସିଦ୍ଧ ସାଧକ ସନ୍ଥ ଥିଲେ l ସେ ଓଡ଼ିଆ ସାହିତ୍ୟର ଭିତ୍ତି ଭୂମିକୁ ସୁଦୃଢ କରିବାରେ ତାଙ୍କର ଅବଦାନ ଥିଲା ଅତୁଳ ନିୟ l ସେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି କୁ ଆଧ୍ୟାତ୍ମିକ ରଚନା ବଳି ଦ୍ୱାରl ରୁଦ୍ଧି ମନ୍ତ କରିଥିଲେ ବୋଲି ଓଡିଶା ସାହିତ୍ୟ ଏକାଡେମୀ ଓ ଶ୍ରୀ ଯଶୋବନ୍ତ ସାଂସ୍କୃତିକ ବିକାଶ କଳା ଅନୁଷ୍ଠାନ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଯଶୋବନ୍ତ ଦାସଙ୍କ ରାଜ୍ୟ ସ୍ତରୀୟ ଶ୍ରାଦ୍ଧ ଉଚ୍ଛବରେ ଅତିଥିତି ମାନେ ମତ ବ୍ୟକ୍ତ କରିଛିନ୍ତି l ବୁଧବାର ବିରିଡି ବ୍ଲକ ଅଢଙ୍ଗ ନାଇଲୋ ଠାରେ ଥିବା ଯଶୋବନ୍ତ ଦାସ ଙ୍କ ସମାଧି ପୀଠ ଠାରେ ଆୟୋଜିତ ସାରସ୍ୱତ ଉଚ୍ଛବରେ ପୌରୋହିତ୍ୟ କରିଥିଲେ ସାହିତ୍ୟିକ ଡ଼ଃ ଦୀନବନ୍ଧୁ ଦାସ, ମୁଖ୍ୟ ଅତିଥିତି ଭାବେ ସାହିତ୍ୟିକ ଇ. ପ୍ରଭାକର ସ୍ୱାଇଁ, ମୁଖ୍ୟ ବକ୍ତା ଭାବେ କବି ପିତାମ୍ବର ତରାଇ, ସମ୍ମାନିତ ବକ୍ତା ଭାବେ ସଂଗଠନ ସମ୍ପାଦକ କଳା ପରିଷଦ ଢେଙ୍କାନାଳ ଅବନୀ କୁମାର ମିଶ୍ର, ଅତିଥି ପରିଚୟ ସ୍ୱାଗତ ଭାଷଣ ଦେଇଥିଲେ ସାହିତ୍ୟ ଏକାଡେମୀର ସଞ୍ଜୟ କୁମାର ଛୁଆଳ ସିଂହ, ବିବରଣୀ ପାଠ ଓ ମଞ୍ଚ ପରିଚାଳନା କରିଥିଲେ ଯଶୋବନ୍ତ ସାଂସ୍କୃତିକ ବିକାଶ କଳା ଅନୁଷ୍ଠାନ ର ସମ୍ପାଦକ ପ୍ରଶାନ୍ତ କୁମାର ଦାସ l ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଯଶୋବନ୍ତ ପ୍ରତିଭା ସମ୍ମାନ କଣ୍ଠ ସ୍ଲିପି ଅଭିନ୍ନସୁନ୍ଦର, ସୁ ଶ୍ରୀ ଶୁଭଶ୍ରୀ କର, ଚାମେଲୀଙ୍କୁ ପ୍ରଦାନ କରାଯାଇଥିଲା, ଯଶୋବନ୍ତ ସଂସ୍କୃତି ସମ୍ମାନ ସାହିତ୍ୟିକ ଅବନୀ କୁମାର ମିଶ୍ର, ଯଶୋବନ୍ତ କଳା ସମ୍ମାନ କଣ୍ଠସ୍ଲୀପି ସିଜା ପଣ୍ଡା, ଯଶୋବନ୍ତ ସଂସ୍କୃତି ସେବା ସମ୍ମାନ କଣ୍ଠ ସ୍ଲିପି ରଶ୍ମିରଂଜନ ପଣ୍ଡା, ସ୍ମରଣିକା ନନ୍ଦ, ଯଶୋବନ୍ତ ସେବା ସମ୍ମାନ ଯୋଗ ଗୁରୁ ବାବା ପଞ୍ଚଦେବ, ହୃଷିକେଶ ସ୍ମୃତି ସମ୍ମାନ କଣ୍ଠସ୍ଲୀପି ସୌଭେନ୍ଦ୍ରି ଜେନା ଙ୍କୁ ଅର୍ପଣ କରାଯାଇଥିଲା ଶେଷରେ କଳା ଅନୁଷ୍ଠାନର ସଭାପତି ବିଜୟ ଦାସ ଧନ୍ୟବାଦ ଦେଇଥିଲେ l ସୁରସାଗର ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା l ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଶ୍ରାଦ୍ଧ ଉଚ୍ଛବ କରାଯାଇଥିଲା l ଗ୍ରାମବାସୀ ଓ ଯଜ୍ଞ କମିଟି ପକ୍ଷରୁ ବିଶ୍ଵଶାନ୍ତି ମହାଜଜ୍ଞ କରାଯାଇଥିଲା l Categories: ଓଡ଼ିଶା, ଜଗତସିଂହପୁର, ହୋମ୍ Related Content ସିଂହଦ୍ୱାରରେ ଦେବୀସଭା ବିଦାୟ ନେଲେ ଗୋସାଣୀ by Proprietor Abhimanyu Maharana October 23, 2026 ଧର୍ମପ୍ରାଣା ମହିଳା ବିଦୁଲତା ମହାନ୍ତି ଙ୍କ ପରଲୋକ by Proprietor Abhimanyu Maharana October 23, 2026 କେ.ନୂଆଗାଁ ପୋଲିସର ସଫଳତା, ୯ ଜୁଆଡି ଗିରଫ : ଲକ୍ଷାଧିକ ଟଙ୍କା ଜବତ by Proprietor Abhimanyu Maharana October 23, 2026 ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ , ୭ଟି ସ୍ଥାନରେ ରେଡ୍ : ବିପୁଳ ପରିମାଣର ସମ୍ପତ୍ତି ଠାବ by Proprietor Abhimanyu Maharana October 23, 2026 ସ୍ୱତନ୍ତ୍ର ଅଭିଯାନ ୬.୦ ଅଧୀନରେ ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ‘ରେଳ ଜନ ସମ୍ବାଦ’ ଆୟୋଜିତ by Proprietor Abhimanyu Maharana October 23, 2026 ମୁକୁଳା ଡ୍ରେନ୍ ମରାମତି ସହିତ ସ୍ଲାବକଭର କାର୍ଯ୍ୟରେ ବ୍ୟତିକ୍ରମ କୁ ତଦାରଖ କରିବା ପାଇଁ ଦାବି by Proprietor Abhimanyu Maharana October 22, 2026