ବିରିଡି ବ୍ଲକ ଠିକାଦାର ମହାସଂଘ ର ସାଧାରଣ ବୈଠକ

ଜଗତସିଂହପୁର  (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ପବିତ୍ର ଓଢଣ ଷଷ୍ଠୀ ତିଥିତିରେ ବୁଧବାର ବିରିଡି ବ୍ଲକ ଠିକାଦାର ମହାସଂଘର ସାଧାରଣ ବୈଠକ ଅଣଖିଆ ସ୍ଥିତ ରେନବୋ ଫାରମ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି l ଦେବୀ ପ୍ରାସାଦ ତ୍ରିପାଠୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲ୍ଲା କର୍ମକର୍ତ୍ତା ଅରବିନ୍ଦ ହୋତା ଠିକାଦାର ମହାସଂଘ ବିଷୟରେ ଆଲୋଚନା କରିଥିଲେ l

ତତ ସହିତ କର୍ମକର୍ତ୍ତା ଚୟନ ନିମନ୍ତେ ପ୍ରସ୍ତାବ ରଖିଥିଲେ l ସର୍ବ ସମ୍ମିତି କ୍ରମେ ପ୍ରଭାତ କୁମାର ବେହେରା ସଭାପତି, ସମୀର କୁମାର ସିଂହ ସମ୍ପାଦକ, ସାଗର ରଞ୍ଜନ ସାହୁ କୋଷାଧକ୍ଷ ଙ୍କ ନାମ ସ୍ଥିର କରା ଯାଇଥିଲେ l ଏଥିରେ ଉପଦେଷ୍ଟା ଭାବେ ଅକ୍ଷୟ ବ୍ରହ୍ମl, କେଦାରନାଥ ସାହୁ, ଅଶୋକ କୁମାର ବିଶ୍ୱାଳ ଙ୍କ ନାମ ସ୍ଥିର କରାଗଲା l

ଉପସଭାପତି ଭାବେ ଅଜୟ କୁମାର ଭୂୟାଁ, ଜନ ରଞ୍ଜନ ସ୍ୱାଇଁ, ସୁଶାନ୍ତ କୁମାର ଜେନା, ହେମନ୍ତ କୁମାର ମଲ୍ଲିକ, ପ୍ରଶନ ବେହେରା ଙ୍କ ନାମ ସ୍ଥିର କରାଗଲା l ଶେଷରେ ସଭାପତି ସମସ୍ତ ନବ ନିର୍ବାଚିତ କର୍ମ କର୍ତ୍ତା ମାନଂକୁ ଅଭିନନ୍ଦନ ଜଣାଇବାସହ ସଂଘକୁ କ୍ରିୟାଶୀଳ କରିବାକୁ ଅନୁରୋଧ କରିଥିଲେ l

Exit mobile version