Home ଓଡ଼ିଶା କବିଙ୍କ କବିତାରେ ମୁଖରିତ ବନ ପରିବେଶ ଭାଷା ବଞ୍ଚିଲେ ସାହିତ୍ୟ ସମୃଦ୍ଧ ହେବ by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ଭୁବନେଶ୍ଵର (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ସାହିତ୍ୟ ସଭ୍ୟତାର ଅସ୍ତିତ୍ୱ, ଭାଷା ହେଉଛି ଜାତିର ଅସ୍ମିତ। ଭାଷା ବଞ୍ଚିଲେ ଜାତି ବଞ୍ଚିବ ଓ ସାହିତ୍ୟ ଚିରକାଳ ସମୃଦ୍ଧ ହେବ। ଏପରି ଏକ ମହତ୍ତ୍ବ ପୂର୍ଣ୍ଣ ଉଦ୍ଦ୍ୟଶ ନେଇ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ କେଳୁଣୀ ମୁହାଁଣ ନିକଟରେ ବସନ୍ତ ରଞ୍ଜୁଲତା ଚାରିଟେବୁଲ ଏଜକେସୁନାଲ ଟ୍ରଷ୍ଟ ତରଫରୁ ୧୨ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ତ୍ରିବେଣୀ ସଙ୍ଗମ ସାହିତ୍ୟ ସମାରୋହ ଉତ୍ସବ-2025 ଅନୁଷ୍ଠିତ ହୋଇଯାଇଛି । ଏହି ସାହିତ୍ୟ ସମାରୋହ ମୁଖ୍ୟ ବିଶ୍ୱରଂଜନ ବିଶ୍ୱଶ୍ରୀ ଙ୍କ ସଭାପତିତ୍ବରେ ଉଦୁଘାଟନ ଉତ୍ସବରେ ଅତିଥି ମାନଙ୍କୁ ପତିତପାବନ ସଂକିର୍ତ୍ତନ ମଣ୍ଡଳୀ, ସୁନାମୁହିଁ ବ୍ରହ୍ମଗିରି ଓ ସ୍ଥାନୀୟ ଚକ୍ରପଡା ଗ୍ରାମର ମା, ନାରାୟଣୀ ସଂକୀର୍ଣ୍ଣନ ମଣ୍ଡଳୀଙ୍କ ଦ୍ବାରା ଭବ୍ୟ ସ୍ବାଗତକରାଯାଇ ମଞ୍ଚ ନିକଟକୁ ଅ।ମନ୍ତ୍ରଣ କରାଯାଇଥିଲା, ପ୍ରଦ୍ବୀପ ପ୍ରଜ୍ବଳନ ପରେ ମୁଖ୍ୟ ଅତିଥି ଭାବେ ପଂଚାୟତ ସମିତି ଅଧକ୍ଷା ଆରତୀ ନାଏକ, ମୁଖ୍ୟବକ୍ତା ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ଅନ୍ୟତମ ବକ୍ତା ଭାବେ ପୂର୍ବତନ ନୈସେନା ଅଧିକାରୀ ତଥା ଭେଟରାନ୍ସ କ୍ଲବ ଓଡିଶାର ସଭାପତି ବିଦ୍ୟାଧର ନାୟକ,ସଂମ୍ମାନିତ ଅତିଥି ଭାବେ ଜଗତସିଂହପୁର ସାଂସଦଙ୍କ ଅସ୍ତରଙ୍ଗ ବ୍ଲକ ପ୍ରତିନିଧି ଦିବାକର ଛାଟୋଇ, ମଣ୍ଡଳ ୧ନଂ ସଭାପତି ଶ୍ରୀଯୁକ୍ତ ଇନ୍ଦ୍ରମଣି ଜେନା,ପଣ୍ଡିତ ଚିତ୍ତରଂଜନ ମିଶ୍ର,ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ଅଶୋକ ଶତପଥି, ସ୍ତମ୍ଭକାର ଲଳିତେନ୍ଦୁ ପଲାଉରୀ,ନିଖିଳ ଓଡିଶା କୈବର୍ତ୍ତ ମହାସଭାର ରାଜ୍ୟସଭାପତି ଶ୍ରୀଯୁକ୍ତ ପ୍ରସନ୍ନ ବେହେରା,ପୂର୍ବତନ ସେନା ଅଧିକାରୀ ଇଶ୍ବର ବେହେରା, ସ୍ଥାନୀୟ ସରପଞ୍ଚ ଜ୍ୟୋସ୍ନା ରାଣୀ ପରିଡା, ତଳଦା ସରପଞ୍ଚ ଦୀପକ ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମ ଅଧିବେଶନରେ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା କବି, କବିୟତ୍ରୀଙ୍କ ସୁରଚିତ କବିତା ପାଠ କରିଥିଲେ। ପରେ ପରେ ଓଡିଅ। ଭାଷା ସାହିତ୍ୟର ମୁଖ୍ୟ ଆଲୋଚ୍ୟ ବିଷୟ ‘ଜୀବନ୍ତ ଦେବତା’ କୁ ଉପସ୍ଥିତ କବି, କବିୟତ୍ରୀମାନେ ନିଜ ପିତା ମାତାଙ୍କ ଉପରେ ଅଧାରିତ ଅନୁଭୁତ ଓ ଅନୁଭବକୁ ଉପସ୍ଥାପନା କରିଥିଲେ । ପରେ ପରେ ତ୍ରିବେଣୀ ସଙ୍ଗମ ପୀଠ କେଣୁଳୀ ମୁହାଣର ବିକାଶ,ପର୍ଯଟନସ୍ଥଳୀର ମାନ୍ୟତା ଦେବା ସହ ପର୍ଯ୍ୟଟକ ମନୋରଂଜନ ପାଇଁ ଜଳକ୍ରୀଡା ,ବୋଇତ ବନ୍ଦାଣ,ଇକୋ-ରିଟ୍ରିଟ୍ ଭଳି କାର୍ଯ୍ୟକ୍ରମ ସରକାର ହାତକୁ ନେବାକୁ ଅନୁଷ୍ଠାନ ପକ୍ଷରୁ ଦାବି ରଖାଯାଇଥିଲା । ଏଭଳି ଉଚ୍ଚୋକୋରୀ ସାହିତ୍ୟ ସମାରୋହ ଅସ୍ତରଙ୍ଗ,କେଉଟିଜଙ୍ଗା ଗ୍ରାମ ନିକଟ ଏହି ତ୍ରୀବେଣୀ ସଙ୍ଗମ କେଳୁଣୀ ମୁହାଣରେ ନିକଟରେ ଅନୁଷ୍ଠିତ ହୋଇଥିବାରୁ ଅନୁଷ୍ଠାନକୁ ଅତିଥିମାନେ ପ୍ରଶଂସା କରିଥିଲେ। ପୂର୍ବତନ ସେନା ଅଧିକାରୀ ଶ୍ରୀଯୁକ୍ତ ବିଦ୍ୟାଧର ନାୟକ ନିଜ ବକ୍ତବ୍ୟ ରେ ଭାଷା ହେଉଛି ଗୋଟିଏ ଜାତିର ଅସ୍ତିତ୍ୱ ଏବଂ ତାର ସାହିତ୍ୟ ହେଉଛି ଅସ୍ତିତ୍ୱର ପରିଚୟ। ତେଣୁ ଭାଷା ବଞ୍ଚିଲେ ଜାତି ବଂଚିବ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ ଦ୍ୱିତୀୟ ଅଧିବେଶନରେ ଅତିଥି ଭାବେ ରାଜ୍ୟ କୃଷକ ନେତା ଶ୍ରୀଯୁକ୍ତ ଅମୀୟ ପଟ୍ଟନାୟକ,ପ୍ରାଚୀ ସଂସ୍କୃତି ଗବେଷକ ,ତଥା ପ୍ରକୃତିବନ୍ଧୁ ପଣ୍ଡିତ ତ୍ରୀଲୋଚନ ମିଶ୍ର ବରିଷ୍ଠ ଖବରଦାତା ଧୁଶାସନ ନାୟକ,ପୂର୍ବତନ ସରପଞ୍ଚ ରମେଶ ଦଳାଇ, ବ୍ୟଙ୍ଗ କବି ସମ୍ପଦ ରଥ, ଗାୟକ ପଦ୍ମଶକେଶରୀ ଅଶୋକ କୁମାର ଦଳାଇ, ବାଣିକଣ୍ଠି ବୀଣାପାଣି ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭାଷା ସାହିତ୍ୟର ପ୍ରଚାର ଓ ପ୍ରସାର ପାଇଁ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ,ଓଡିଶାଙ୍କ ସହଯୋଗରେ ତ୍ରିବେଣୀ ସଙ୍ଗମ ସାହିତ୍ୟ ସମାରୋହ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ପକ୍ଷରୁ ଓଡିଅ। ଭାଷା ସାହିତ୍ୟକୁ ବଂଚାଇ ରଖିବା ସହ ଗାଁ ଗଣ୍ଡାର ବଣମଲ୍ଲୀକୁ ଲୋକଲୋଚନକୁ ଅ।ଣି ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଜାରି ରଖିଥିବା ପ୍ରୟାସକୁ ପ୍ରଶଂସା କରିଥିଲେ ଦୂର ଦୁରାନ୍ତରୁ ଆସିଥିବା ଶୁଭେଛୁ ଓ କବି, କବୟତ୍ରିମାନେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନୁଷ୍ଠାନର କର୍ମକର୍ତା ଆଦିତ୍ୟ ବିଶ୍ବାଳ,କାଳୁ ବିଶ୍ବାଳ ପରିଚାଳନାରେ ବିଶେଷ ସହଯୋଗ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଶୋଭାକର ବେହେରା,ହୃଦାନନ୍ଦ ଶାସମଲ ଓ ତ୍ରିଲୋଚନ ବିଶ୍ବାଳ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ୫୯ତମ କୁମାର ଉତ୍ସବ ୨୦୨୬ : ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଉଦଯାପିତ by Proprietor Abhimanyu Maharana August 24, 2026 ୧୪୫ ଦିନରେ ପହଞ୍ଚିଲା ପୁରୀବାସୀଙ୍କ ନୀରବ ସତ୍ୟାଗ୍ରହ ସଚେତନତା ପଦଯାତ୍ରା by Proprietor Abhimanyu Maharana August 24, 2026 ପିଚୁକୁଳିମଣ୍ଡଳ ବିଜେପି ପକ୍ଷରୁ ସମ୍ପର୍କ ପଦଯାତ୍ରା by Proprietor Abhimanyu Maharana August 24, 2026 ୧୪ ନମ୍ବର ଜୋନ କଂଗ୍ରେସ ସାଙ୍ଗଠନିକ ବୈଠକ by Proprietor Abhimanyu Maharana August 24, 2026 ୧୪ ନମ୍ବର ଜୋନ କଂଗ୍ରେସ ସାଙ୍ଗଠନିକ ବୈଠକ by Proprietor Abhimanyu Maharana August 24, 2026 ଇନ୍ଦିରା ଗାନ୍ଧୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର : ଓଡ଼ିଆ ବିଭାଗ ପକ୍ଷରୁ ନବାଗତା ଛାତ୍ରୀଙ୍କୁ ସ୍ୱାଗତ ଓ ପୁରାତନ ଛାତ୍ରୀଙ୍କୁ ବିଦାୟୀ ସମ୍ବର୍ଦ୍ଧନା by Proprietor Abhimanyu Maharana August 24, 2026