ଯୋଡାପଡା ଗ୍ରାମ ରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ

ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ବୋଲଗଡ଼ ବ୍ଳକ ଅନ୍ତର୍ଗତ ଯୋଡାପଡା ଗ୍ରାମର ଖଡ଼ିକା ନାୟକଙ୍କ ଏକାଦଶାହ ତିଥିରେ ମଙ୍ଗଳବାର ଦିନ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ବରିଷ୍ଠ ନାଗରିକ ବୈଦ୍ୟନାଥ ନାୟକ ଅଧ୍ୟକ୍ଷତା କରିଥିବାବେଳେ ଶିକ୍ଷକ ପ୍ରଫୁଲ୍ଲ କୁମାର ସିଂହ ସ°ଜୋଜନା କରିଥିଲେ । ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ, ସ୍ଥାନୀୟ ସରପଞ୍ଚ ଜଳଧର ମହାନ୍ତି ,

ସହଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ମଣ୍ଡଳ ସଂଯୋଜକ କୈଳାସ ନାଥ ସ୍ୱାଇଁ, ସହଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଅମିତା ମିଶ୍ର ଯୋଗ ଦେଇ ସ୍ୱର୍ଗତା ନାୟକଙ୍କର ସୁଗୁଣାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରାକ୍ତନ ଶିକ୍ଷକ ବାନାମ୍ବର ଷଡ଼ଙ୍ଗୀ, ପ୍ରଧାନଶିକ୍ଷକ ଭିକାରୀ ପୁଷ୍ଟି, ମଳୟ କୁମାର ପଣ୍ଡା,ଶିକ୍ଷକ ଶୈଲେନ୍ ପଟ୍ଟନାୟକ, ଅପର୍ତି ଅଟ୍ଟ,ସୁକାନ୍ତ କୁମାର ଜେନା, ଲୋକନାଥ ସାହୁ, ସୁମନ୍ତ କୁମାର ନାୟକ,

ବବ୍ରୁବାହନ ବେହେରା, ସଞ୍ଜୟ କୁମାର ଦଳାଇ, ସଞ୍ଜୟ କୁମାର ମନ୍ତ୍ରୀ,ଶୈବାଳିକା ମଲିକ , ସ୍ୱର୍ଣ୍ଣଲତା ପ୍ରଧାନ,ଆଦି ଯୋଗଦାନ କରି ସ୍ୱର୍ଗତା ନାୟକଙ୍କର ସ୍ମୃତି ଚାରଣ କରିଥିଲେ । ଶ୍ରୀ ସ୍ୱାଇଁ ଏକ ସ୍ୱରଚିତ କବିତା ପାଠ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶ୍ରୀ ପୁଷ୍ଟି ଶ୍ରୀ ମଦ୍ ଭଗବତ୍ ଗୀତା ର ପଞ୍ଚଦଶ ଅଧ୍ୟାୟ ପଠନ କରିଥିଲେ । ପରିଶେଷରେ ଶିକ୍ଷକ ହୃଷିକେଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version