ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ରାଜକିଶୋର ସେନାପତି – ପୁରୀ ଜିଲ୍ଲା ପୁଲିସ ଦ୍ବାରା ” ଅପେରସନ ଚକର “ଆଧାରରେ ନିଶା କାରବାର କାରୀଙ୍କ ବିରୁଦ୍ଧରେ ଜାରିରହିଥିବା କାର୍ଯ୍ୟନୁଷ୍ଟାନକୁ ଆଉ ଏକ ସଫଳତା ମିଳିଛି । ଏହି କ୍ରମରେ ସତ୍ୟବାଦୀ ପୁଲିସ ଦ୍ବାରା ପ୍ରାୟ ୧୦ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ ସଙ୍ଗେ ସଙ୍ଗେ ଜଣେ ଅଭିଯୁକ୍ତ କୁ ଗିରଫ କରାଯାଇଛି । ସତ୍ୟବାଦୀ ପିଏସ କେଶେ ନୁମ୍ବର ୪୧୬,ଉ /ଏସ – ୨୧(ବି )/୨୯ NDPS Act ରେ ମାମଲା ରୁଜୁ ହୋଇଛି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ ଆଜି ତା ୨୬.୧୧.୨୦୨୫ ରିଖ ସକାଳ ସମୟରେ ବିଶେଷ ସୂତ୍ରରୁ ନିଶା କାରବାର ସୂଚନା ପାଇ ନିର୍ଦେଶ ମତେ ସତ୍ୟବାଦୀ ଥାନା ର ସବ-ଇନ୍ସପେକ୍ଟର ସୁକାନ୍ତି ମୁର୍ମୁ ଙ୍କ ନେତୃତରେ ଏକ ପୁଲିସ ଟୀମ ନିକଟସ୍ଥ ୟୁ ଜି ଏସ କଲେଜ ଛକ, ଜୟା ହୋଟେଲ ପାଖ, ଅହମଦପୁର-ବସୁକେର ରୋଡରେ ଚଢାଉ କରି ସେଠାରେ ସନ୍ଦେହ ଜନକ ଭାବରେ ବୁଲୁଥିବା ସେକ ସାଜିଦ,ପିତା-ସେକ ତପିକ,ସାକିନ-ଅହମଦପୁର, ଥାନା-ସତ୍ୟବାଦୀ, ଜିଲ୍ଲା-ପୁରୀ କୁ ହେପାଜତକୁ ନେଇ ପଚରା ଉଛର। କରିଥିଲେ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାର ତଲାସି ନେବାରେ ୧୦ ଗ୍ରାମ ଓଜନର ବ୍ରାଉନ ସୁଗାର ଯାହାର ଆନୁମାନିକ ମୂଲ୍ୟ ୧,00,000/-ଟଙ୍କା ହେବ, ନଗଦ ଟଙ୍କା ୨୩୫୦/- ଓ ବ୍ରାଉନ ସୁଗାର ପୁଡିଆ ତିଆରିରେ ବେବହାର ହେଉଥିବା ସାମଗ୍ରୀ ଆଦି ସେକ ସାଜିଦ ସାଜିଦ ଠାରୁ ଜବତ କରଯାଇଅଛି । ବେଆଇନ ନିଷ| ଦ୍ରବ୍ୟ କାରବାର ଅଭିଯୋଗରେ ଅଭିଯୁକ୍ତ ବିରୁଦ୍ଧରେ NDPS ଆଇନ ଅନୁସାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଛି । ପୁରୀ ଜିଲ୍ଲା ଆରକ୍ଷୀ ଅକ୍ଷକଙ୍କ ନିର୍ଦେଶ ମତେ ଆଗାମୀ ଦିନରେ ନିଶI ମଫିଆଙ୍କ ବିରୁଦ୍ଧରେ ଚଢାଉ ଜୋରଦାର ଜାରି ରହିବ ବୋଲି ପିପିଲି ଉପଖଣ୍ଡ ଆରଖୀ ଅଧିକାରୀ ପ୍ରକାଶ କରିଛନ୍ତି ।
