ସ୍ବର୍ଗତ ରାଧେଶ୍ଯାମ ପୁରୋହିତଙ୍କ ଚିତାଭସ୍ମ ନୃସିଂହନାଥ ତ୍ରିବେଣୀ ଘାଟରେ ବିସର୍ଜିତ ପାଇକମାଲ

ଓଡ଼ିଶା ତାଜା ନ୍ୟୁଜ (୧୭ ସେପ୍ଟେମ୍ବର ଗୁରୁବାର) ପଦ୍ମପୁର :ପଦ୍ମପୁର ପୂର୍ବତନ ବିଧାୟକ ତଥା ଭାରତୀୟ ଜନତା ପାର୍ଟିର କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କ ପିତା ସ୍ବର୍ଗତ ରାଧେଶ୍ଯାମ ପୁରୋହିତଙ୍କ ଚିତାଭସ୍ମ ଆଜି ଗୁରୁବାର ଦିନ ୧୧ ଘଣ୍ଟା ସମୟରେ ଗନ୍ଧମାର୍ଦ୍ଦନ – ନୃସିଂହନାଥ ର ପାପହାରିଣୀ ତୀର୍ଥକ୍ଷେତ୍ର ତ୍ରିବେଣୀ ଘାଟରେ ବିସର୍ଜିତ କରାଯାଇଛି । ସ୍ବର୍ଗତ ପୁରୋହିତଙ୍କ ୪ ପୁଅ ସର୍ବ ଶ୍ରୀ ବିଜୟ କୁମାର ପୁରୋହିତ, ଗିରିଧାରୀ ପୁରୋହିତ, ରାମରତନ ପୁରୋହିତ ଓ ପ୍ରଦୀପ ପୁରୋହିତ ସ୍ବର୍ଗତ ପୁରୋହିତଙ୍କ ଚିତାଭସ୍ମକୁ ଆଣି ପାପହାରିଣୀ ଝରଣା ରେ ବିସର୍ଜିତ କରିଥିଲେ । ଏଠାରେ ସୂଚନା ଯୋଗ୍ଯ ଯେ, ଗତ ତା ୧୪ ୵ ୯ ୵ ୨୦ ରିଖ ରାତ୍ର ୯ ଘଣ୍ଟା ସମୟରେ ସ୍ବର୍ଗତ ରାଧେଶ୍ଯାମ ପୁରୋହିତଙ୍କ ୮୮ ବର୍ଷ ବୟସରେ ବରଗଡ଼ ବିକାଶ ହସପିଟାଲ ରେ ଦେହାନ୍ତ ହୋଇ ଯାଇଥିଲା ।

ପାଇକମାଲ – ଝାରବନ୍ଦ ରାସ୍ତାରେ ମହାରାଣୀ ମେରୀପୁର ଠାରେ ଥିବା ତାଙ୍କ ଫାର୍ମହାଉସ ରେ ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିଲା । ଏଠାରେ ସ୍ମରଣ ଯୋଗ୍ଯ ୧୯୪୦ – ୪୧ ମସିହାରେ ଯେତେବେଳେ ନୃସିଂହନାଥ ମନ୍ଦିର ପଣ୍ତା ଘର ଅଧିନରେ ପରିଚାଳିତ ହେଉଥିଲା । ସ୍ବର୍ଗତ ପୁରୋହିତଙ୍କ ପିତା ସ୍ବର୍ଗତ ଉଦୟ ନାଥ ପୁରୋହିତ ନୃସିଂହନାଥ ମନ୍ଦିର ର ଭଣ୍ଡାର ମୁହୁରୀ ଭାବେ କିଛି ବର୍ଷ ଦାୟିତ୍ୱ ନିର୍ବାହ କରିଥିଲେ ଓ ନିଜେ ମନ୍ଦିରର ପ୍ରଥା ଅନୁଯାୟୀ ଅବିହାରୀ ବାଳକ ଭାବେ ମନ୍ଦିର ର ପୂଜକ କିଛି ବର୍ଷ ପାଇଁ ତୁଲାଇଥିଲେ । ଦ୍ବିତୀୟତଃ ଶିବ ପୁରାଣର ବର୍ଣ୍ଣନା ଅନୁଯାୟୀ ଭଗବାନ ଶିବ ସାରା ବିଶ୍ବର ଅନେକ ତୀର୍ଥ କ୍ଷେତ୍ର ପରିଭ୍ରମଣ କଲାପରେ ମଧ୍ୟ ଗୋ ଦୋଷରୁ ମୁକ୍ତି ପାଇ ନ ଥିଲେ ।

ଶେଷରେ ଗନ୍ଧମାର୍ଦ୍ଦନ ପାହାଡରେ ପ୍ରବାହିତ ପାପହାରିଣୀ ତୀର୍ଥକ୍ଷେତ୍ରରେ ବୁଡଦେବା ପରେ ଭଗବାନ ଶିବ ଗୋ ବଧରୁ ମୁକ୍ତି ପାଇଥିଲେ । ଏହି ପୁରାଣ କଥିତକୁ ବିଶ୍ବାସ କରି ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ପରିବାର ଏଠାରେ ଅସ୍ଥି ବିସର୍ଜନ, ଚିତାଭସ୍ମ ବିସର୍ଜନ ସହ ଗୋ ଦୋଷରୁ ମୁକ୍ତି ପାଇଁ ତ୍ରିବେଦୀ ଘାଟ ଓ ଗୋ କୁଣ୍ତ ଘାଟରେ ବୁଡ ପକାଇଥାନ୍ତି । ନୃସିଂହନାଥ ମନ୍ଦିର କାର୍ଯ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ, ସୁବୋଧ ପଣ୍ତା, ବିଶମ୍ବର ମୁଣ୍ତ,ଓ ଅନ୍ୟ ମାନେ ଚିତାଭସ୍ମ ରେ ଫୁଲ ଦେଇ ସ୍ବାଗତ କରିଥିଲେ । ସ୍ବର୍ଗତ ରାଧେଶ୍ଯାମ ପୁରୋହିତଙ୍କ ଅବର୍ତ୍ତମାନରେ ୭୦ ବର୍ଷ ତଲେ ପାଇକମାଲ – ନୃସିଂହନାଥ ରୋଡରେ ତାଙ୍କ ଦ୍ବାରା ପ୍ରତିଷ୍ଠିତ । ” ପୁରୋହିତ ହେଟୋଲ ” ଏବେ ଖାଁ ଖାଁ ଲାଗୁଛି । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version