ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଗଜପତିରେ ଧାନକିଣା ସଂଗ୍ରହ କମିଟି ବୈଠକରେ ଆସନ୍ତା ଡିସେମ୍ବର ୩୦ ତାରିଖ ଠାରୁ ଧାନ କିଣା ଆରମ୍ଭ ହେବ. ଚଳିତ ବର୍ଷ ୫୬ ଲକ୍ଷ ୧୧୨ ହଜାର ମେଟ୍ରିକ୍ ଟନ୍ ଧାନ କିଣା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି. ଭାରପ୍ରାପ୍ତ ଜିଲ୍ଲାପାଳ ମୁନିଦ୍ର ହନେନଗାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପାରଳାଖେମୁଣ୍ଡି ବିଧାୟକ ଇଂ.ରୂପେଶ କୁମାର ପାଣିଗ୍ରାହୀ, ଗଜପତି ଜିଲ୍ଲା ପରିଷଦ ସଭାପତି ଜି. ତିରୁପତି ରାଓ, ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଶୁଭ୍ରାଂଶୁ ଭୋଇ, ଏଆର୍ସିଏସ୍ ହରିହର ସେଠ୍, ନିୟନ୍ତ୍ରଣ ବଜାର କମିଟି ସମ୍ପାଦକ ରେବତୀ ମୋହନ ରାଉତ,
