Home ଓଡ଼ିଶା ପାରଳାଖେମୁଣ୍ଡି ଗଜପତି ଷ୍ଟାଡିୟମରେ ରୋଟାରୀ କ୍ଲଵ ଅଫ ବ୍ରହ୍ମପୁର ଇଷ୍ଟ ତରଫରୁ ଦିବ୍ୟାଙ୍ଗଙ୍କ ପାଇଁ ମାଗଣା କୃତ୍ରିମ ଅଙ୍ଗ ପ୍ରତିରୋପଣ ଶିବିର by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ରୋଟାରୀ କ୍ଲଵ ଅଫ ବ୍ରହ୍ମପୁର ଇଷ୍ଟ ଆନୁକୂଲ୍ୟରେ ତଥା ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର, ଖୋର୍ଦ୍ଧାଙ୍କ ସହାଭାଗୀତା ଏବଂ ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତିକରଣ ବିଭାଗ ସହାୟତାରେ ଦିବ୍ୟାଙ୍ଗମାନଙ୍କ ପାଇଁ କୃତ୍ରିମ ଅଙ୍ଗ ପ୍ରତିରୋପଣ ଶିବିର ଆୟୋଜିତ ହୋଇଯାଇଛି l ଗତ ସୋମବାର ଠାରୁ ଆରମ୍ଭ ହୋଇଥିବା ଏହି ଶିବିରକୁ ଜିଲ୍ଲା ଏଡିଏମ ଫାଲ୍ଗୁନୀ ମାଝୀ ଉଦ୍ଘାଟନ କରିଥିଲେ l ସମ୍ମାନିତ ଅତିଥି ରୂପେ ଜିଲ୍ଲା ଡ଼ିଏସଏସ ଉତ୍ସରଗୀତା ବଡ଼ ରଇତ ଯୋଗ ଦେଇ ରାଜ୍ୟ ସରକାରଙ୍କ ଏହି ଜନହିତ୍କାରୀ ଯୋଜନାକୁ ବ୍ରହ୍ମପୁର ରୋଟୀରୀ ଇଷ୍ଟ ସଫଳତାର ସହ ପରିଚାଳନା କରି ଜନ ଆଦୃତ ଲାଭ କରିଥିବାରୁ ପ୍ରଶଂସା କରିଥିଲେ l ରୋଟାରୀ ଜିଲ୍ଳା 3262 ର କୃତିମ ଅଙ୍ଗ ପ୍ରତିରୋପଣ ଚେୟାରମ୍ୟାନ ଅଜିତ କୁମାର ପୃଷ୍ଟି ଶିବିରର ବିବରଣୀ ଦେଇ ପ୍ରକାଶ କରିଥିଲେଯେ ରୋଟାରୀ ଈଷ୍ଟର ଉଦ୍ୟମ କ୍ରମେ ନୟାଗଡ, ସୁନ୍ଦରଗଡ଼ ଏବଂ ଗଞ୍ଜାମ ଜିଲ୍ଲାରେ ଏହି ଭଳି ଶିବୀର ଆୟୋଜିତ ହେବାପରେ ଗଜପତି ଜିଲ୍ଲା ଦିବ୍ୟାଙ୍ଗ ମାନଙ୍କୁ ଏହି ସୁବିଧା ଯୋଗାଇ ଦିଆ ଯାଉଛି l ହାତ, ଗୋଡ଼ କଟି ଯାଇଥିବା ଦିବ୍ୟାଙ୍ଗଙ୍କୁ କୁତ୍ରିମ ଅଙ୍ଗ, ଆଶା ବାଡ଼ି, କାଲିପର, ଶ୍ରବଣ ବାଧିତଙ୍କୁ ଶ୍ରବଣ ୟନ୍ତ୍ର ପ୍ରଭୃତି କୃତ୍ରିମ ଅଙ୍ଗ ରୋପଣ କରାଯିବ l ଏହି ଶିବର ପରଚଳନା ଓ ଅଙ୍ଗ ସଂସ୍ଥାପନ ପାଇଁ ଦିବ୍ୟଜ୍ଞାନ ବେଉରାଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ସଫଳତାର ସହ ଚାଲୁ ରହିଛି l ଆଗାମୀ 27 ତାରିଖ ପର୍ଯ୍ୟନ୍ତ ଶିବିର ପରିଚାଳନା ପାଇଁ ପ୍ରସ୍ତାବ ରହିଥିବା ବିଷୟ ଚେୟାରମ୍ୟାନ ପୃଷ୍ଟିଙ୍କ ଠାରୁ ପ୍ରକାଶ l ଉଦ୍ଘାଟନ ଦିବସରେ ରୋଟାରୀ ଇଷ୍ଟର ପୂର୍ଵତନ ସଭାପତି ଅସିତ ଦତ୍ତ, ସୁଧାଂଶୁ ଶେଖର ଖଡ୍ଗରାୟ ସନ୍ତୋଷ ତ୍ରିପାଠୀ, ଭିକାରୀ ଚରଣ ସାହୁ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଦ୍ଵିତୀୟ ଦିବସରେ କ୍ଳବର ସମ୍ପାଦକ ଅଶ୍ୱିନୀ ପାତ୍ର, ପୂର୍ଵତନ ସଭାପତି କାମରାଜୂ ମହାରଣା, ପ୍ରତ୍ୟୁଷ ଦାଶ, ଶାନ୍ତନୁ ପାତ୍ର ଯୋଗଦେଇ ଶିବୀର ପରିଚାଳନାରେ ସହଯୋଗ କରିଥିଲେ l ଶିବିରରେ ଦିବ୍ୟାଙ୍ଗ ଉପଭୁକ୍ତାଙ୍କୁ ସହଯୋଗ କରିବା ପାଇଁ ସ୍ଥାନୀୟ ସତ୍ୟସାଇ ସେବା ଦଳର ସ୍ବେଛାସେବୀ ଅଂଶୁମାନ ପାଢ଼ୀ,ପ୍ରବୀଣ, ବାମେୟା ରେଡ଼ି, ସୁଦର୍ଶନ ମହାରଣା, ଜି. ରବି ଏବଂ ସମର୍ଥ ଅନୁଷ୍ଠାନର ସରୋଜିନୀ ରଇତ, ଗୁରୁବାରୀ ଗମାଙ୍ଗ ଓ ସନ୍ତୋଷ କୁମାର ମହାରଣା ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି l ଏହି ଭଳି ଶିବିର ଆୟୋଜିତ ହୋଇଥିବା ଯୋଗୁଁ ଉପଭୋକ୍ତାମାନେ ଖୁସୀ ବ୍ୟକ୍ତ କରିଛନ୍ତି ଏବଂ ଜିଲ୍ଲାବାସୀ ପ୍ରଶଂସା କରିଛନ୍ତି l Categories: ଓଡ଼ିଶା, ଗଜପତି, ଗଞ୍ଜାମ, ହୋମ୍ Related Content ୫୯ତମ କୁମାର ଉତ୍ସବ ୨୦୨୬ : ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଉଦଯାପିତ by Proprietor Abhimanyu Maharana August 24, 2026 ୧୪୫ ଦିନରେ ପହଞ୍ଚିଲା ପୁରୀବାସୀଙ୍କ ନୀରବ ସତ୍ୟାଗ୍ରହ ସଚେତନତା ପଦଯାତ୍ରା by Proprietor Abhimanyu Maharana August 24, 2026 ପିଚୁକୁଳିମଣ୍ଡଳ ବିଜେପି ପକ୍ଷରୁ ସମ୍ପର୍କ ପଦଯାତ୍ରା by Proprietor Abhimanyu Maharana August 24, 2026 ୧୪ ନମ୍ବର ଜୋନ କଂଗ୍ରେସ ସାଙ୍ଗଠନିକ ବୈଠକ by Proprietor Abhimanyu Maharana August 24, 2026 ୧୪ ନମ୍ବର ଜୋନ କଂଗ୍ରେସ ସାଙ୍ଗଠନିକ ବୈଠକ by Proprietor Abhimanyu Maharana August 24, 2026 ଇନ୍ଦିରା ଗାନ୍ଧୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର : ଓଡ଼ିଆ ବିଭାଗ ପକ୍ଷରୁ ନବାଗତା ଛାତ୍ରୀଙ୍କୁ ସ୍ୱାଗତ ଓ ପୁରାତନ ଛାତ୍ରୀଙ୍କୁ ବିଦାୟୀ ସମ୍ବର୍ଦ୍ଧନା by Proprietor Abhimanyu Maharana August 24, 2026