ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ମାଲକାନଗିରି ମହାବିଦ୍ୟାଳୟ ପରିସରରେ ୭୭ତମ ଏନସିସି ଦିବସ ପାଳିତ ହେଇଯାଇଛି । ଏହି ସଭାଟିକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଚିତ୍ତରଞ୍ଜନ ବାରିକ୍ ସଭାପତିତ୍ବ କରିଥିଲେ ଏବଂ ଏନସିସି ଦିବସର ମହତ୍ତ୍ ଓ ଗୁଣ ବିଷୟ ଆଲୋଚନା କରିଥଲେ । ମୁଖ୍ୟ ଅତିଥି ଭାବରେ , ୧୧୦ ବାଟାଲିୟନ ବିଏସଏଫ କମାଣ୍ଡଣ୍ଟ ଶ୍ରୀ ସନ୍ଦୀପ ଯୋଗ ଦେଇ ପତାକା ଉତ୍ତୋଳନ କରି କ୍ୟାଡେଟମାନଙ୍କୁ ଅଭିବାଦନ ଜଣାଇ ନେତୃତ୍ଵ ଓ ମୂଲ୍ୟବୋଧ ଉପରେ ଉତ୍ସାହ ପ୍ରଦାନ କରିଥିଲେ ।
