Home ଓଡ଼ିଶା ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ : ନୀତି କମିଟିର ପ୍ରଶିକ୍ଷଣ କର୍ମଶାଳା by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦର ବୈଷୟିକ ସହଯୋଗରେ ଶ୍ରୀଜଗନ୍ନାଥ ଭେଷଜମହାବିଦ୍ୟାଳୟ ଓ ଚିକିତ୍ସାଳୟର ନୀତି କମିଟି ପକ୍ଷରୁ ଏକ ପ୍ରଶିକ୍ଷଣ କର୍ମଶାଳା କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଭେଷଜ ବିଜ୍ଞାନ ଶିକ୍ଷା ଓ ତାଲିମ୍ ନିର୍ଦ୍ଦେଶକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର ମୂଖ୍ୟଅତିଥି ଭାବେ ଯୋଗଦେଇ କର୍ମଶାଳାକୁ ଉଦଘାଟନ କରିଥିବା ବେଳେ ବୈଜ୍ଞାନିକ ଡା. ସିଦ୍ଧାର୍ଥ ଗିରି, ଡା.ଶୁଭେନ୍ଦୁ କୁମାର ଆଚାର୍ଯ୍ୟ, ପୂର୍ବତନ ଡିନ୍ ପ୍ରଫେସର ବିରଞ୍ଚି ନାରାୟଣ ମହାପାତ୍ର ସମ୍ମାନୀତ ଅତିଥି ଭାବେଯୋଗଦାନ କରିଥିଲେ । ନୀତି କମିଟିର ସଦସ୍ୟ ସଚିବ ପ୍ରଫେସର ଡା. କାଳୀପ୍ରସାଦ ପଟ୍ଟନାୟକଙ୍କ ସଂଯୋଜନାରେଅନୁଷ୍ଠିତ ବୈଷୟିକ ଅଧିବେଶନରେ ବକ୍ତାମାନେ ଭେଷଜ ବିଜ୍ଞାନ ଗବେଷଣା ସମ୍ପର୍କରେ ଥିବା ବିଭିନ୍ନ ସରକାରୀନିର୍ଦ୍ଦେଶାବଳୀ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ନୂଆ ନିୟମ ସମ୍ପର୍କରେ ଅବଗତ କରାଇଥିଲେ।ମେଡିକାଲ୍ କଲେଜ୍ ଡିନ୍ ପ୍ରଫେସର ଡା. ସବିତା ମହାପାତ୍ର, ଉପାଧ୍ୟକ୍ଷ ପ୍ରଫେସର ଡା. ଲଲାଟେନ୍ଦୁ ସ୍ବାଇଁ, ଅଧୀକ୍ଷକ ପ୍ରଫେସର ଡା. କୌଶିକ ମିଶ୍ରଙ୍କ ନେତୃତ୍ବରେ ଡା. ଶର୍ମିଷ୍ଠା ସ୍ଵାଇଁ, ଡା. ରାଜଲକ୍ଷ୍ମୀ ଉପାଧ୍ୟାୟ, ଡା. ଶୈଲେନ୍ କୁମାରମିଶ୍ର, ଡା. ପ୍ରସନ୍ନ ପ୍ରଧାନ, ଡା. ଶାସ୍ଵତୀ ନନ୍ଦ, ଡା. ମୌସୁମୀ ପ୍ରଧାନ, ଡା. ଅମ୍ରିତ ପ୍ରକାଶ ଓ ଡା. ତନ୍ମୟ ସାହୁ ପ୍ରମୁଖକାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କଲେଜର କର୍ମଚାରୀମାନେ ସହଯୋଗୀତା କରିଥିଲେ । ଏହି ଅବସରରେଡା. ଶୁଭେନ୍ଦୁ ବିକାଶ ପଟ୍ଟନାୟକ, ଡା. ସତ୍ୟପ୍ରିୟ ମିଶ୍ର, ଡା. ବିପିନ୍ ବିହାରୀ ଖୁଣ୍ଟିଆ, ଅଧୀବକ୍ତା ଗୁଣ୍ଡିଚା ବରାଳ,ମନସ୍ତତ୍ବବିତ୍ ଶୈଳବାଳା ମିଶ୍ର ଓ ଶିଶୁ ସାହିତ୍ୟିକ ଡ. ବୀରେନ୍ଦ୍ର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଭେଷଜ ବିଜ୍ଞାନର ବହୁ ଅଧ୍ୟାପକ ଅଧ୍ୟାପିକା ଓ ଗବେଷକ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content କାଶୀନଗର ବଂଶଧାରା ନଦୀ ହିଡ଼ବନ୍ଧ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ଅସନ୍ତୋଷ by Proprietor Abhimanyu Maharana July 5, 2026 କଟକ ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସରୁ ଥାନା ଅଧିକାରୀ ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା ଏବେ ସନ୍ଧେହ ଘେରରେ by Proprietor Abhimanyu Maharana July 5, 2026 ରାଜ୍ୟରେ ଡାକ୍ତର ମାନଙ୍କ ଆନେ୍ଦାଳନ ପ୍ରସଙ୍ଗ by Proprietor Abhimanyu Maharana July 4, 2026 NAFED Odisha and GM University Collaborate to Celebrate Cooperative Week, Empowering Farmers of Western Odisha by Proprietor Abhimanyu Maharana July 4, 2026 କଟକ ଜିଲ୍ଲାରେ ଚୋରା ନିଶା କାରବାର ମନା" ଅବକାରୀ ଅଧିକ୍ଷକ by Proprietor Abhimanyu Maharana July 4, 2026 ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ବିରୋଧରେ ସାଇବର ଥାନାରେ ଏତଲା by Proprietor Abhimanyu Maharana July 4, 2026