ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଓ ନିଆଁ କୁ ନେଇ ସଚେତନତା କାର୍ଯ୍ୟକ୍ରମ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଲଷ୍ମୀ ବିକାଶ ଟେକ୍ନୋ ସ୍କୁଲର ପ୍ରଧାନଶିକ୍ଷକ ବିଶ୍ୱରଂଜନ ରାୟଙ୍କ ନେତୃତ୍ବରେ ଛାତ୍ରଛାତ୍ରୀଙ୍କ ନେଇ ଶିକ୍ଷା ଓ ଅଗ୍ନି ଆୟତ ନେଇ ଗୋଟିଏ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ପ୍ରଥମେ ଛାତ୍ରଛାତ୍ରୀ କୁ ବେଳପଡା ତହସିଲ କାର୍ଯ୍ୟଳୟ ରେ ତହସିଲଦାରଙ୍କ ଦେଖା କରିଥିଲେ । ସେନେ ତହସିଲଦାର ଅଭିଷେକ କିଶନ ଛାତ୍ରଛାତ୍ରୀ କୁ ବର୍ତ୍ତମାନ ସମୟରେ ଶିକ୍ଷାର ମହତ୍ତ୍ଵ ବିଷୟରେ ଟିକିନିଖି ଆଲୋଚନା କରିବା ସହ ସରଳ ଭାବରେ କିପରି ଶିକ୍ଷା ମନେ ପକାଇ ପାରିବେ ବୁଝାଇଥିଲେ ।ପରେ ଛାତ୍ରଛାତ୍ରୀ ଅଗ୍ନିଶମ ବିଭାଗ କାର୍ଯ୍ୟଳୟରେ ପରିଦର୍ଶନ କରିଥିଲେ ସେନେ ବିଭାଗୀୟ ଅଧିକାରୀ ଆବଶ୍ୟକୀୟ ଅଗ୍ନି ନିର୍ବାପକ ସଂପର୍କରେ ଅବଗତ କରାଇବା ସହ ଘରେ ଅଗ୍ନି ସୁରକ୍ଷା ପାଇଁ ବ୍ୟବହୃତ ଉପକରଣକୁ କିପରି ସଠିକ ଭାବେ ରକ୍ଷଣାବେକ୍ଷଣ କରାଯାଇ ପାରିବ ସେ ନେଇ ମଧ୍ୟ ସଚେତନତା କରାଯାଇଥିଲା। ଉତ୍ସବ ପାଳନ ସମୟ ଏବଂ ଦୀପାବଳୀ ପର୍ବରେ ସୁରକ୍ଷା ସୁରକ୍ଷିତ ବାଣ ଫୁଟାଇ କୁ ନେଇ ସଚେତନ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ ସୁଭାଷ ପୂଜାରୀ , ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସହ ଶୁଭମ ବାରିକ ପ୍ରମୁଖ ଯୋଗ ଦେଇଥିଲେ ।

Exit mobile version