ଦୀର୍ଘ ବର୍ଷ ଧରି ଗୋଟିଏ ବିଦ୍ୟାଳୟରେ ପତିଆରା ଜାହିର କରିବା ସହ ମନମୁଖୀ ଶାସନକୁ ବିରୋଧ କରି ଆଜି! – ସ୍କୁଲରେ ତାଲା ଦେଲେ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :-  ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ବେହେରାମୁଣ୍ଡା ଗ୍ରାମର ଗ୍ରାମବାସୀ ଏକତ୍ରିତ ହୋଇ ବିଦ୍ୟାଳୟକୁ ତାଲା ପକାଇଛନ୍ତି I ସୂଚନାଯୋଗ୍ୟ ଯେ, ବେହେରାମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ପ୍ରଦୀପ କୁମାର ପାଢ଼ୀ କାର୍ଯ୍ୟ କରୁଛନ୍ତି Iକିନ୍ତୁ ତାଙ୍କର କାମରେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି I ଉକ୍ତ ପ୍ରଧାନ ଶିକ୍ଷକ ନିଜ ମନମୁଖୀ କାର୍ଯ୍ୟ କରୁଛନ୍ତି ଯାହାକି ଅସନ୍ତୋଷ ଦେଖା ଦେଇଛି I ଏନେଇ ଧାରଣାରେ ଥିବା ଲୋକେ ଅଭିଯୋଗ କରିଛନ୍ତି ଯେ ବିଦ୍ୟାଳୟରେ ଭଲଭାବରେ ପାଠ ପଢ଼ା ହେଉନାହିଁ, ମଧ୍ୟାହ୍ନ ଭୋଜନରେ ଅନିୟମିତତା ସହ ବିଦ୍ୟାଳୟରେ ଥିବା ରୋଷେୟାଙ୍କୁ ନିଜ ମନ ଇଛାରେ ବଦଲାଉଛନ୍ତି  I

ଏଭଳି ଅନେକ କଥାକୁ ଆଜି ଗ୍ରାମବାସୀ ବିଦ୍ୟାଳୟକୁ ତାଲା ପକାଇଛନ୍ତି Iଉକ୍ତ ପ୍ରଧାନ ଶିକ୍ଷକଙ୍କୁ ତୁରନ୍ତ ଅନ୍ୟ ସ୍ଥାନକୁ ବଦଳି କରାଯାଉ ବୋଲି ଦାବି କରିଛନ୍ତି I ଏନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କିଛି ଶୁଣୁନଥିବାର କହିଛନ୍ତି ଗ୍ରାମବାସୀ I ଉକ୍ତ ଶିକ୍ଷକଙ୍କୁ ନେଇ ଅନେକ ଥର ଗାଁରେ ସଭା କରାଯାଇଛି ହେଲେ କାହାରିକୁ ଖାତିର କରୁ ନ ଥିବାର ଅଭିଯୋଗ ଆସିଛି I ଏ ନେଇ ବେଲପଡ଼ା ବ୍ଲକ ଶିକ୍ଷା ଅଧିକାରୀ ଅଭିନଵ ମିଶ୍ରଙ୍କୁ ଯୋଗାଯୋଗ କରିଥିଲୁ କିନ୍ତୁ ଫୋନ୍ କଲ ଗ୍ରହଣ କଲେ ନାହିଁ ବ୍ଲକ ଶିକ୍ଷା ଅଧିକାରୀ I ତାଙ୍କର ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ବିଦ୍ୟାଳୟକୁ ତାଲା ମାରିବା ସହ ଆନ୍ଦୋଳନ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ I

Exit mobile version