ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର କ୍ରୀଡ଼ାବିତ ଙ୍କ ବହୁ ଦିନର ସ୍ବପ୍ନ ଆଜି ସାର୍ଥକ ହୋଇଛି l କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଙ୍କ ଦ୍ଵାରା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଯଥା ରୀତିନୀତି ଅନୁସାରେ ମଙ୍ଗଳ ବାର ଉଦଘାଟିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ବାଲିଗୁଡ଼ା ନଗର ବିଜେପି ପକ୍ଷରୁ କର୍ମୀ ଙ୍କ ଗହଣ ରେ ଏକ ବିରାଟ ପଟୁଆର ରେ ଆସି ସାଂସଦ ଶ୍ରୀ ପାଣିଗ୍ରାହୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ଇଣ୍ଡୋର ଷ୍ଟାଡିୟମରେ ପହଞ୍ଚି ଥିଲେ ।

