ଶୂନ୍ଯ ସଡକ ଦୁର୍ଘଟଣା ମୃତାହତ ସପ୍ତାହ ପାଳିତ

ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ପରିସରରେ କନ୍ଧମାଳ ଜିଲ୍ଲା ପରିବହନ ପ୍ରାଧିକରଣ ଆନୁକୂଲ୍ଯରେ ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ମାନଙ୍କୁ ନେଇ ଶୂନ୍ଯ ସଡକ ଦୁର୍ଘଟଣା ମୃତାହତ ସପ୍ତାହ ପାଳିତ ହୋଇଯାଇଛି l ପରିବହନ ଅଧିକାରିଣୀ ମିଲି ସାହୁ, ଅଧ୍ଯକ୍ଷ ଲକ୍ଷ୍ମଣ ପାଳ, ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ଡ଼. ବିଭୂତି ଭୂଷଣ ଆଚାର୍ଯ୍ଯ, କାଉନସେଲର ମାନସ ରଂଜନ ପ୍ରଧାନ, ଜାତୀୟ ସେବା ଯୋଜନା କାର୍ଯ୍ଯକ୍ରମ ଅଧିକାରୀ ହମନ୍ ଦିବାକା, ଶ୍ରୀମତୀ ଅରୁନ୍ଧତୀ ପ୍ରଧାନ, ହିମାଂଶୁ ଚରଣ ସାହୁ, ଦୁଷ୍ମନ୍ତ କୁମାର ସାହୁ,

ପ୍ରମୁଖଙ୍କ ଉପସ୍ଥିତ ରେ ଏକ ବିରାଟ ଶୋଭାଯାତ୍ରା ରେ ମହାବିଦ୍ୟାଳୟ ଠାରୁ ବାହାରି ଶୂନ୍ଯ ସଡକ ଦୁର୍ଘଟଣା ମୃତାହତ ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ମାନ ଦେଇ ସମଗ୍ର ସହର ପରିକ୍ରମା କରି ବସଷ୍ଟାଣ୍ଡ ରେ ପହଞ୍ଚିବା ପରେ ପୁଣି ମହାବିଦ୍ଯାଳୟକୁ ପ୍ରତ୍ଯାବର୍ତ୍ତନ କରିଥିଲେ l ସେଠାରେ ଏକ ସଭାର ଆୟୋଜନ ହୋଇଥିଲା ଏଥିରେ ଏନଫୋର୍ସମେଣ୍ଟ ଟିମ୍, ସ୍ଥାନୀୟ ଘରୋଇ ବସ୍ ମାଲିକ ସଂଘର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ। ରକ୍ଷକ ତାଲିମ୍ ଦାତା ଡ.ବିଭୂତି ଭୂଷଣ ଆଚାର୍ଯ୍ୟ ତାଲିମ୍ ପ୍ରଦାନ କରିଥିଲେ l ଶେଷରେ ମାନସ ରଂଜନ ପ୍ରଧାନ ଧନ୍ଯବାଦ ଅର୍ପଣ କରିଥିଲେ l

Exit mobile version